www.samajalive.in
Monday, December 15, 2025
16.1 C
Bhubaneswar

ଜିଲାପାଳଙ୍କ ବିଭିନ୍ନ ନିର୍ମାଣାଧିନ ପ୍ରକଳ୍ପ ପରିଦର୍ଶନ

ବୌଦ୍ଧ: ବୌଦ୍ଧ ଜିଲାପାଳ ସତ୍ୟ ରଂଜନ ସାହୁ ବିଭିନ୍ନ ଅଧିକାରୀଙ୍କ ସହିତ ଆଦର୍ଶ କୃଷକ ବଜାର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ନିର୍ମାଣାଧିନ ବାସ୍କେଟବଲ କୋର୍ଟ, ଅଷ୍ଟିଓପାଥୀ ଚିକତ୍ସା କେନ୍ଦ୍ର, ଶ୍ରମ କାର୍ୟ୍ୟାଳୟ, ବିଜୁ ଆଦର୍ଶ କଲୋନୀ ଓ କିଡନୀ ଚିକିତ୍ସା କେନ୍ଦ୍ର ପରିଦର୍ଶନ କରିଥିଲେ। ଏହାବ୍ୟତୀତ ଏଏନଏମ ଟ୍ରେନିଙ୍ଗ ସେଣ୍ଟର ଓ ଜିଲାପରିଷଦ କାର୍ୟ୍ୟାଳୟ ସମ୍ମୁଖରେ ଚାଲୁଥିବା ଦୁଇଗୋଟି କବାଡି ଗୋଦାମକୁ ତୁରନ୍ତ ରାସ୍ତା ଉପରୁ ଖାଲି କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। କୋଭିଡ କେୟାର ସେଣ୍ଟର ପରିଦର୍ଶନ କରିବା ସମୟରେ ଚାଲିଥିବା ଉନ୍ନୟନ କାର୍ୟ୍ୟ ଶିଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋଭିଡ କେୟାର ସେଣ୍ଟର ମଧ୍ୟରେ ରହିଥିବା ଅବ୍ୟବହୃତ କୋଠା ଓ ଜମିରେ ନୂତନ ସ୍ୱାସ୍ଥ୍ୟ ସେବା ଯୋଗାଣ ଦିଗରେ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ଉପଜିଲାପାଳ ରବିନ୍ଦ୍ର ନାଥ କହଁର, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଜୟକୃଷ୍ନ ମିଶ୍ରଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories