ବୌଦ୍ଧ: ବୌଦ୍ଧ ଜିଲାପାଳ ସତ୍ୟ ରଂଜନ ସାହୁ ବିଭିନ୍ନ ଅଧିକାରୀଙ୍କ ସହିତ ଆଦର୍ଶ କୃଷକ ବଜାର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ନିର୍ମାଣାଧିନ ବାସ୍କେଟବଲ କୋର୍ଟ, ଅଷ୍ଟିଓପାଥୀ ଚିକତ୍ସା କେନ୍ଦ୍ର, ଶ୍ରମ କାର୍ୟ୍ୟାଳୟ, ବିଜୁ ଆଦର୍ଶ କଲୋନୀ ଓ କିଡନୀ ଚିକିତ୍ସା କେନ୍ଦ୍ର ପରିଦର୍ଶନ କରିଥିଲେ। ଏହାବ୍ୟତୀତ ଏଏନଏମ ଟ୍ରେନିଙ୍ଗ ସେଣ୍ଟର ଓ ଜିଲାପରିଷଦ କାର୍ୟ୍ୟାଳୟ ସମ୍ମୁଖରେ ଚାଲୁଥିବା ଦୁଇଗୋଟି କବାଡି ଗୋଦାମକୁ ତୁରନ୍ତ ରାସ୍ତା ଉପରୁ ଖାଲି କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। କୋଭିଡ କେୟାର ସେଣ୍ଟର ପରିଦର୍ଶନ କରିବା ସମୟରେ ଚାଲିଥିବା ଉନ୍ନୟନ କାର୍ୟ୍ୟ ଶିଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋଭିଡ କେୟାର ସେଣ୍ଟର ମଧ୍ୟରେ ରହିଥିବା ଅବ୍ୟବହୃତ କୋଠା ଓ ଜମିରେ ନୂତନ ସ୍ୱାସ୍ଥ୍ୟ ସେବା ଯୋଗାଣ ଦିଗରେ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ଉପଜିଲାପାଳ ରବିନ୍ଦ୍ର ନାଥ କହଁର, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଜୟକୃଷ୍ନ ମିଶ୍ରଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Popular Categories



