www.samajalive.in
Sunday, December 14, 2025
19.1 C
Bhubaneswar

ମହାନଦୀ ଜଳ ବିବାଦ ଟ୍ରାବୁନାଲର ମୁଣ୍ଡଳୀ ବ୍ୟାରେଜ ଓ ସାପୁଆ ନଦୀ ଅନୁଧ୍ୟାନ

ଗୁରୁଡ଼ିଝାଟିଆ/ଆଠଗଡ଼: ମହାନଦୀ ଜଳ ବିବାଦ ଟ୍ରାବୁନାଲର ସଦସ୍ୟବୃନ୍ଦ ନ୍ୟାୟମୂର୍ତ୍ତି ଏ ଏମ୍‌‌ ଖାନୟୁଇଲକରଙ୍କ ନେତୃତ୍ୱରେ ମହାନଦୀର ମୁଣ୍ଡଳୀ ବ୍ୟାରେଜ ଓ ସାପୁଆ-ମହାନଦୀର ସଂଗମସ୍ଥଳ ଅନୁଧ୍ୟାନ କରିଛନ୍ତି। ସର୍ପେଶ୍ୱର ମହାଦେବଙ୍କୁ ଦର୍ଶନ ପରେ ସାପୁଆ ଓ ମହାନଦୀର ସଂଗମସ୍ଥଳକୁ ଅନୁଧ୍ୟାନ କରି ଆଲୋଚନା କରିଥିଲେ। ପ୍ରତିନିଧି ମଣ୍ଡଳୀ ମୁଣ୍ଡଳୀ ବ୍ୟାରେଜ ଠାରେ ପହଞ୍ଚି ମହାନଦୀର ଜଳସ୍ତର ଅନୁଧ୍ୟାନ କରିବା ସହ ମହାନଦୀ ଓ ସାପୁଆ ଉପନଦୀ ସଂଗମସ୍ଥଳରେ ଉପନୀତ ହୋଇଥିଲେ। ଏହି ପ୍ରଦିନିଧି ମଣ୍ଡଳରେ ନ୍ୟାୟାଧିଶ ଇନ୍ଦ୍ରମିତ୍‌‌ କୌର କୋଚର, ନ୍ୟାୟାଧିଶ ଏକ ପାଠକ ଓ ସଦସ୍ୟମାନେ ଅନୁଧ୍ୟାନ କରିଥିଲେ। ଜମି ଆକଳନକାରୀ ସଞ୍ଜିବ ଅଗ୍ରୱାଲ, ବିଜୟ କୁମାର ଦ୍ୱିବେଦୀ ସହିତ ଛତିଶଗଡ଼ ରାଜ୍ୟର ବିଶେଷଜ୍ଞ, ଆଇନଜୀବି, ସ୍ୱତନ୍ତ୍ର ସଚିବ (ଜଳସଂପଦ), ମୁଖ୍ୟ ଯନ୍ତ୍ରୀ ପ୍ରମୁଖ ୨୦ଜଣିଆ ଦଳ ଏଥିରେ ସାମିଲ ହୋଇଥିବା ବେଳେ ଓଡ଼ିଶାରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ବରିଷ୍ଠ ଆଇନଜୀବି ମୋହନ ଭି କଟାର୍କି,ଇଂ ହରମୋହନ ପ୍ରଧାନ, ରମେଶ କୁମାର ଗୁପ୍ତା, ଡଃ ଦିବାକର ନାୟକ, ଗୁଲାବ ପ୍ରସାଦ, ଇଂ ପ୍ରଶାନ୍ତ କୁମାର ପ୍ରଧାନ, ଡଃ ଏ ସୁଦର୍ଶନ ରାଓ, ଡଃ ପ୍ରମୋଦ କୁମାର ମିଶ୍ର, ଇଂ ରମେଶ ଚନ୍ଦ୍ର ତ୍ରିପାଠୀ, ଡଃ ମନୋଜ ପଣ୍ଡା, ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଜଳସଂପଦ) ଅନୁ ଗର୍ଗ, କଟକ ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଅନିଲ କୁମାର ସାମଲ,ଆନ୍ତରାଜ୍ୟ ଜଳସଂପଦ ମୁଖ୍ୟ ଯନ୍ତ୍ରୀ ଆଶୁତୋଷ ଦାସ, ମୁଖ୍ୟଯନ୍ତ୍ରୀ ମହାନଦୀ,କାଠାବାଡି ପ୍ରଣାଳୀ ସାଗର ମହାନ୍ତି, ଜିଲ୍ଲାପାଳ ଡଃ ଭବାନୀ ଶଙ୍କର ଚଇନି, ଡିସିପି କଟକ ପିନାକ ମିଶ୍ର, ଗ୍ରମାଞ୍ଚଳ ଆରକ୍ଷୀ ଅଧିକ୍ଷକ ବି ଜୁଗଳକିଶୋର, ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପୂର୍ବାଞ୍ଚଳ ପୂର୍ଣ୍ଣଚନ୍ଦ୍ର ରଥ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ କେନ୍ଦ୍ରାଞ୍ଚଳ ବିଘ୍ନରାଜ ପୁରୋହିତ, ଅତିରିକ୍ତ ଜିଲ୍ଲାପାଳ କଟକ ପୂର୍ଣ୍ଣଚନ୍ଦ୍ର ମିଶ୍ର,ଉପଜିଲ୍ଲାପାଳ ଆଠଗଡ଼ ହେମନ୍ତ କୁମାର ସ୍ୱାଇଁ ଓ ତହସିଲଦାର ଆଠଗଡ଼ ପ୍ରିୟବ୍ରତ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories