www.samajalive.in
Sunday, December 7, 2025
14.1 C
Bhubaneswar

ନ୍ୟୁଜିଲାଣ୍ଡ ବାଚସ୍ପତିଙ୍କ ସଂସଦ ପରିଚାଳନା ସହ ଶିଶୁ ପାଳନ

ୱେଲିଂଟନ୍‌ : କାର୍ଯ୍ୟକ୍ଷେତ୍ରରେ ନିଜ କାମ ସହିତ ଶିଶୁପାଳନ ଯେ ଏକକାଳୀନ କରାଯାଇପାରେ ତାହା ପ୍ରଦର୍ଶନ କରିଛନ୍ତି ନ୍ୟୁଜିଲାଣ୍ଡ ପାର୍ଲାମେଣ୍ଟ ବାଚସ୍ପତି ଟ୍ରେଭରା ମାଲାର୍ଡ। ପାର୍ଲାମେଣ୍ଟରେ ତୈଳ ଦର ବୃଦ୍ଧି ଉପରେ ଗରମାଗରମ ଆଲୋଚନା ଚାଲିଥିଲାବେଳେ ବାଚସ୍ପତି ଜଣେ ମହିଳା ସାଂସଦଙ୍କ ୬ସପ୍ତାହର ପୁଅକୁ ବୋତଲରେ କ୍ଷୀର ପିଆଇବା ସହ କାର୍ଯ୍ୟ ପରିଚାଳନା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ସହ ଚହଳ ସୃଷ୍ଟି କରିଛି।

ଲେବର ପାର୍ଟି ସାଂସଦ ଟୋମାଟି କଫି ବକ୍ତବ୍ୟ ରଖୁଥିଲାବେଳେ ବାଚସ୍ପତି ମାଲାର୍ଡ ତାଙ୍କ ପୁଅ ଟୁଟାନେକାଇକୁ ଧରିଥିଲେ। ଟୋମାଟି ଗତ ମାସରେ ସ୍ଥାନାପନ୍ନ ମାତୃତ୍ବ (ସରୋଗେସୀ)ମାଧ୍ୟମରେ ପୁତ୍ର ସନ୍ତାନର ଜନନୀ ହୋଇଥିଲେ। ପାର୍ଲାମେଣ୍ଟକୁ ଆସିଲାବେଳେ ସେ ପୁଅକୁ ସାଙ୍ଗରେ ଆଣିଥାଆନ୍ତି। ବୁଧବାର ବାଚସ୍ପତି ତାଙ୍କ ପୁଅକୁ କୋଳରେ ଧରି ବୋତଲରେ କ୍ଷିର ପିଆଉଥିବା ଓ ବିତର୍କ ପରିଚାଳନା କରୁଥିବାର ଦୃଶ୍ୟ ବେଶ୍‌ ଉପଭୋଗ୍ୟ ହୋଇଥିଲା। ଏହାର ଯବାବରେ ବାଚସ୍ପତି କହିଥିଲେ ଯେ ଏଭଳି ପରିସ୍ଥିତିରେ ସେ ଯେକୌଣସି ସାଂସଦଙ୍କ ସନ୍ତାନକୁ ସମ୍ଭାଳିପାରିବେ ଏବଂ ସମ୍ପୃକ୍ତ ସାଂସଦଙ୍କୁ ବିତର୍କ ପାଇଁ ସହଯୋଗ କରିପାରିବେ। ମାଲାର୍ଡ ହେଉଛନ୍ତି ଦେଶର ବରିଷ୍ଠ ରାଜନୀତିଜ୍ଞ। ତାଙ୍କର ତିନି ପିଲା ଓ ୬ନାତିନାତୁଣୀ ଅଛନ୍ତି। ଏଭଳି ପଦକ୍ଷେପ ଦ୍ବାରା ସେ ସଂସାର ଓ କାର୍ଯ୍ୟାଳୟର କାର୍ଯ୍ୟ ଯେ ଏକ ସମୟରେ ସମୁଚିତ ଭାବେ କରାଯାଇପାରିବ ତାହାର ବାର୍ତ୍ତା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୭ରେ ମାଲାର୍ଡ ପ୍ରଚଳିତ ଆଇନରେ ସଂଶୋଧନ ପୂର୍ବକ ପାର୍ଲାମେଣ୍ଟକୁ ଅଧିକ ଶିଶୁ ସହଯୋଗାପନ୍ନ କରିଥିଲେ। ଏହା ପରଠାରୁ ବହୁସଂଖ୍ୟକ ସାଂସଦ ସେମାନଙ୍କ ଶିଶୁଙ୍କୁ ଲାଳନପାଳନ ପାଇଁ ପାର୍ଲାମେଣ୍ଟକୁ ଆଣିବାର ସୁଯୋଗ ପାଇଥିଲେ। ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆ​‌େ​‌ର୍ଡର୍ଣ୍ଣ ଗତ ବର୍ଷ ଦେଶର ପ୍ରଥମ ଓ ବିଶ୍ବର ଦ୍ବିତୀୟ ନେତ୍ରୀ ଭାବେ କ୍ଷମତାରେ ଥାଇ ମାତୃତ୍ବ ଲାଭ କରିଥିଲେ। ସେ କାର୍ଯ୍ୟାଳୟକୁ ଆସିଲାବେଳେ ଅନେକ ସମୟରେ ଝିଅକୁ ଆଣିଥାଆନ୍ତି। ଏମିତିକି ଗତବର୍ଷ ସେପ୍ଟେମ୍ବରରେ ଜାତିସଙ୍ଘ ସାଧାରଣ ପରିଷଦ ବୈଠକରେ କୁନି ଝିଅ ନେଭେ ଟି ଆରୋହା ସହିତ ଯୋଗଦେବା ଚର୍ଚ୍ଚାର ବିଷୟ ହୋଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories