ଟ୍ରମ୍ପଙ୍କ ଉପରେ ୧୪କୋଟି ଟଙ୍କାର ଜରିମାନା ଲଗାଇଲା ନ୍ୟୁୟର୍କର ଏକା ଅଦାଲତ

ୱାସିଂଟନ୍ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ନ୍ୟୁୟର୍କର ଏକା ଅଦାଲତ ଶୁକ୍ରବାର ୨୦ ଲକ୍ଷ ଡଲାର ଅର୍ଥାତ ୧୪କୋଟି ଟଙ୍କାର ଜରିମାନା ଲଗାଇଛି। ୨୦୧୬ର ନିର୍ବାଚନ ପ୍ରଚାରରେ ଟ୍ରମ୍ପ ଦାନ ଅର୍ଥ(ଚାରିଟି)ର ଖର୍ଚ୍ଚ କରିଥିବା କାରଣରୁ ଅଦାଲତ ଏହି ଜରିମାନା ଲଗାଇଥିବା ଜଣାପଡିଛି।
ସୂଚନା ଅନୁସାରେ, ଟ୍ରମ୍ପଙ୍କ ଉପରେ ୨୦୧୬ରେ ନିଜର ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ଚାରିଟିର ଅର୍ଥ ଖଚ୍ଚ କରିଥିବାର ଅଭିଯୋଗ ଥିଲା। ଏହି ମାମାଲାରେ ଅଦାଲତ ଶୁକ୍ରବାର ତାଙ୍କୁ ଦୋଷୀ ସାବ୍ୟସ୍ଥ କରି ଏହି ଜରିମାନା ଲଗାଇଛନ୍ତି। ଏପରିକି ଟ୍ରମ୍ପ ଚାରିଟିର ଅର୍ଥ ଖର୍ଚ୍ଚ କରି ନିଜ କମ୍ପାନୀର ଋଣ ସୁଝିବାରେ ବ୍ୟବହାର କରିଥିବା ଅଦାଲତ ପକ୍ଷରୁ କୁହାଯାଇଛି। ମାତ୍ର ଟ୍ରମ୍ପ ଓ ତାଙ୍କ ଓକିଲ ଏହି ଅଭିଯୋଗକୁ ଖଣ୍ଡନ କିରିଛନ୍ତି। ସେ ରାଜନୈତିକ ସ୍ଵାର୍ଥ ପାଇଁ ଏଭଳି କରିଥିବା କହିଛନ୍ତି।

kalyan agarbati

Comments are closed.