www.samajalive.in
Monday, December 15, 2025
15.1 C
Bhubaneswar

‘ଉପହାର ନେବା ପରିବର୍ତ୍ତେ ଦେବାରେ ଖୁସୀ ହୁଏ ୫ ଗୁଣା’

ନୂଆବର୍ଷର ସ୍ବାଗତ ପାଇଁ ସାରା ବିଶ୍ବରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । କିଛି ଲୋକ ପରିବାର ସହ କୌଣସି ପର୍ଯ୍ୟଟନସ୍ଥଳକୁ ବୁଲି ଯିବାକୁ ଯୋଜନା କରୁଛନ୍ତି, ତ ଅନ୍ୟ କିଛି ଲୋକ ନିଜ ପ୍ରିୟଜନଙ୍କୁ ଗିପ୍ଟ ବା ଉପହାର ଦେଇ ସେମାନଙ୍କୁ ଖୁସୀ କରିବାକୁ ଯୋଜନା କରୁଛନ୍ତି । ତେବେ ଉପହାର ପାଉଥିବା ବ୍ୟକ୍ତି ଯେତିକି ଖୁସୀ ହୋଇଥାଏ, ଉପହାର ଦେଉଥିବା ବ୍ୟକ୍ତି ସେତିକି ନୁହେଁ ତାଠାରୁ ଅଧିକ ଖୁସୀ ହୋଇଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି ।

ନିକଟରେ ଚିକାଗୋ ବିଶ୍ବବିଦ୍ୟାଳୟ ଏବଂ ନର୍ଥୱେଷ୍ଟନ ବିଶ୍ବବିଦ୍ୟାଳୟର ମିଳିତ ଭାବରେ ଏକ ଗବେଷଣା ହୋଇଥିଲା । ଏହି ଗବେଷଣାର ରିପୋର୍ଟ ଅନୁଯାୟୀ ଉପହାର ଗ୍ରହଣ କରୁଥିବା ବ୍ୟକ୍ତିର ଖୁସୀ ଠାରୁ ଉପହାର ଦେଉଥିବା ବ୍ୟକ୍ତିର ଖୁସୀ ୫ ଗୁଣ ଅଧିକ ବୋଲି ଜଣାପଡିଛି । ଏହି ଗବେଷଣାର ବିଷୟ ବସ୍ତୁ ଥିଲା ‘ଉପହାର ଦେଉଥିବା ବ୍ୟକ୍ତିର ଖୁସୀ ଏବଂ ତାର ମନୋବିଜ୍ଞାନ’ ।

- Advertisement -

ଏହି ଗବେଷଣାରେ ସାମିଲ ହୋଇଥିବା ପ୍ରତିଟି ବ୍ୟକ୍ତିଙ୍କୁ ପାଞ୍ଚ ଦିନ ପର୍ଯ୍ୟନ୍ତ ୫ ଡଲାର ଦିଆଯାଇଥିଲା । ସେମାନଙ୍କୁ ଦିଆଯାଇଥିବା ୫ ଡଲାରକୁ ଅଭାବୀ ବା ଗରିବଙ୍କୁ ଦାନ କରିବାକୁ କୁହାଯାଇଥିଲା। ଯେପରି କୁହାଯାଇଥିଲା ସମସ୍ତେ ଠିକ୍ ସେହିପରି କରିଥିଲେ । କିଛି ଅଭାବୀଙ୍କୁ ସମସ୍ତେ ଦାନ କରି ଦେଇଥିଲେ । ଏହିପରି ଗବେଷଣାରେ ଭାଗ ନେଇଥିବା ସମସ୍ତ ସଦସ୍ୟଙ୍କୁ ପାଞ୍ଚ ଦିନ ପର୍ଯ୍ୟନ୍ତ ନିରୀକ୍ଷଣ କରାଯାଇଥିଲା । ଷଷ୍ଠ ଦିନରେ ସେମାନଙ୍କୁ ୫ ଡଲାର ଦିଆଯାଇ ନଥିଲା ।

ଲଗାତର ଭାବେ ପାଞ୍ଚଦିନ ପର୍ଯ୍ୟନ୍ତ ପ୍ରତିଦିନ ୫ ଡଲାର ଲେଖାଏଁ ଦିଆଯିବା ପରେ ତେବେ ଷଷ୍ଠ ଦିନ କିଛି ବି ଡଲାର ନ ଦିଆଯିବାରୁ ସେମାନଙ୍କ ଖୁସୀରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଥିଲା। ତେଣୁ ଉପହାର ପାଇବାର ଖୁସୀ ଗୋଟିଏ ଦିନ ରହିଥାଏ । ନିଜ ଯୋଗାଡରୁ ଅନ୍ୟକୁ ଉପହାର ଦେଇଥିବାରୁ ଗବେଷଣାରେ ଭାଗ ନେଇଥିବା ସଦସ୍ୟଙ୍କ ମନରେ ୫ ଦିନ ପର୍ଯ୍ୟନ୍ତ ଖୁସୀ ରହିଥିଲା । ତେଣୁ ଏଥିରୁ ପ୍ରମାଣ ହୋଉଛି ଯେ, ଉପହାର ନେଉଥିବା ବ୍ୟକ୍ତି ଠାରୁ ଉପହାର ଦେଉଥିବା ବ୍ୟକ୍ତି ୫ ଗୁଣ ଅଧିକ ଖୁସୀ ରହିଥାଆନ୍ତି ।

ଆଲେଖ୍ୟ: ବୈଜୟନ୍ତୀ ନାୟକ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories