www.samajalive.in
Sunday, December 7, 2025
14.1 C
Bhubaneswar

ସରିଲା କୋହଳ ସମୟ : ଡିସେମ୍ବର ୧ରୁ ପୁଣି କଡ଼ାକଡ଼ି ହେବ ଟ୍ରାଫିକ୍‍ ନିୟମ

ଭୁବନେଶ୍ୱର: ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ସଂଶୋଧିତ ମୋଟର ଯାନ ଆଇନ ଆସନ୍ତା ଡିସେମ୍ବର ୧ ତାରିଖରୁ ପୁଣି କଡ଼ାକଡି଼ ଭାବେ ଲାଗୁ କରାଯିବ। ଶୁକ୍ରବାର ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ କହିବାନୁସାରେ, ପୂର୍ବରୁ ଯେଉଁ ପରିମାଣରେ ଫାଇନ୍‍ ଆଦାୟ ହେଉଥିଲା ସେଥିରେ ଆଉ କୋହଳ କରାଯିବା ନାହିଁ। ନୂଆ ମୋଟର ଯାନ ଆଇନ ଅନୁସାରେ ଟ୍ରାଫିକ୍‍ ଉଲ୍ଲଂଘନକାରୀଙ୍କଠାରୁ ଫାଇନ୍‍ ଆଦାୟ କରାଯିବ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ପହିଲାରୁ ସଂଶୋଧିତ ମୋଟର ଯାନ ଆଇନ ଦେଶ ବ୍ୟାପୀ ଲାଗୁ ହୋଇଥିଲା। କିନ୍ତୁ ପୂର୍ବ ଆଇନ ତୁଳନାରେ ନୂଆ ଆଇନରେ ଜରିମାନା ପରିମାଣ ଅହେତୁକ ବୃଦ୍ଧି କରାଯାଇଥିବାରୁ ରାଜ୍ୟ ବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଟ୍ରାଫିକ୍‍ ଯାଞ୍ଚ ବେଳେ ବିଭିନ୍ନ ସ୍ଥାନରେ ପୁଲିସ ଓ ଜନତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାରୁ ଆବଶ୍ୟକୀୟ କାଗଜପତ୍ର କରାଇ ନେବାକୁ ରାଜ୍ୟ ସରକାର ଲୋକଙ୍କୁ ୩ ମାସ ସମୟ ଦେବା ସହିତ ସେ ପର୍ଯ୍ୟନ୍ତ ଆଇନକୁ କୋହଳ କରିଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories