www.samajalive.in
Sunday, December 7, 2025
26.1 C
Bhubaneswar

‘ସମାଜ’ ପ୍ରଭାବ: କଖଡିରେ ନୂତନ ଆରଆଇ ସର୍କଲ ପାଇଁ ସରକାରଙ୍କ ଅନୁମୋଦନ

ଗୁରୁଡିଝାଟିଆ: କଖଡି ପଞ୍ଚାୟତର କଖଡିରେ ଏକ ନୂତନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାପନା ପାଇଁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଯାହାକି କଖଡି ପଞ୍ଚାୟତ ପାଇଁ ଏକ ଐତିହାସିକ ସଫଳତା। ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଥିଲେ। ରାଜ୍ୟ ସରକାର କଟକ ସଦର ତହସିଲ ଅନ୍ତର୍ଗତ କଖଡିକୁ ନୂତନ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାପନ ପାଇଁ ସ୍ୱୀକୃତି ଦେବା ସହିତ କଟକ ସହରର ୧୦ଟି ସ୍ଥାନରେ ମଧ୍ୟ ନୂତନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାପନ ହେବ। ଏ ସଂପର୍କରେ ଏକ ଚିଠି ସଦର ଦହସିଲଦାର ସମ୍ବିତ କୁମାର ଗଡନାୟକଙ୍କ ହସ୍ତଗତ ହୋଇଛି।

ପ୍ରକାଶଯୋଗ୍ୟ, କଟକ ତହସିଲର କଖଡି ହେଉଛି ସବୁଠାରୁ ଦୂରତମ ସ୍ଥାନ। ଏହି ପଞ୍ଚାୟତର ଜନସାଧାରଣ ବିଭିନ୍ନ ଜମିଜମା କାର୍ଯ୍ୟ, ବିଦ୍ୟାର୍ଥୀମାନଙ୍କ ସାର୍ଟିଫିକେଟ ଆଦି ପାଇଁ କଟକକୁ ଯାଇ ଘୋର ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଯଦିଓ ଏବେ ମହାନଦୀରେ ମଧୁସେତୁ ହୋଇଯାଇଛି, ପୂର୍ବରୁ ୩୫କିମି ବସ ଯୋଗେ ଯାଇ କୌଣସି ଏକ ସାଧାରଣ କାର୍ଯ୍ୟ କଖଡି ପଞ୍ଚାୟତବାସୀ ତହସିଲ ଯାଇ ଫେରିବା କାଠିକର ପାଠ ହେଉଥିଲା। ଏହି ଅସୁବିଧାକୁ ଦୂର କରିବା ନିମନ୍ତେ କଟକ ସଦର ପୂର୍ବତନ ଉପଜିଲ୍ଲାପାଳ ତଥା ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଡେପୁଟୀ ସେକ୍ରେଟାରୀ ଭାବରେ ଅବସ୍ଥାପିତ ଥିବା ଶୁଭ୍ରାଂଶୁ ମିଶ୍ର ଓ କଟକ ସଦର ତହସିଲାର ସମ୍ବିତ କୁମାର ଗଡନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଡେପୁଟୀ ସେକ୍ରେଟାରୀ ଶ୍ରୀ ମିଶ୍ର ଓ ତହସିଲଦାର ଶ୍ରୀ ଗଡନାୟକ ସ୍ଥାନୀୟ ପଞ୍ଚାୟତବାସୀଙ୍କ ଅସୁବିଧାକୁ ଅନୁଧ୍ୟାନ କରି ସରକାରଙ୍କ ନିକଟକୁ ନୂତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଲିଖିତ ଭାବରେ ପଠାଇଥିଲେ। ଯାହାକୁ ରାଜ୍ୟସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି।

- Advertisement -

କଖଡି ନୂତନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାପନ ସଂପର୍କରେ ‘ସମାଜ’ରେ ଖବର ପ୍ରକାଶ ପାଇବା ସହିତ ଉପରୋକ୍ତ ଦୁଇ ଅଧିକାରୀଙ୍କୁ ସ୍ଥାନୀୟ ପ୍ରତିନିଧି ଲିଖିତ ଭାବରେ ଜଣାଇଥିଲେ। ଯାହାକି ଏବେ ସଫଳ ହୋଇଛି। ଖୁବଶୀଘ୍ର କାର୍ଯ୍ୟାଳୟ ପାଇଁ ଘର ନିର୍ମାଣ ହେବ ବୋଲି ତହସିଲଦାର ଶ୍ରୀ ଗଡନାୟକ କହିଛନ୍ତି। ପଞ୍ଚାୟତର ଜନସାଧାରଣ ଜିଲ୍ଲା ପ୍ରଶାସନ ଓ ତହସିଲ କର୍ତ୍ତୃପକ୍ଷଙ୍କୁ ଅଶେଷ ସାଧୁବାଦ ଜଣାଇଛନ୍ତି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories