www.samajalive.in
Tuesday, December 9, 2025
15.1 C
Bhubaneswar

ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଏ କେମିତି ବନ୍ଧନ’

ଭୁବନେଶ୍ବର: ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଏ କେମିତି ବନ୍ଧନ’। ଜେମ୍ସ ଫିଲ୍ମ୍‌ସ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଚଳଚ୍ଚିତ୍ର ଏକ ପାରିବାରିକ କଥାବସ୍ତୁ ଉପରେ ଆଧାରିତ। ଏଥିରେ ଅଭିନେତା ଅମନ୍ ଓ ଅଭିନେତ୍ରୀ କୁକିଜ୍ ସ୍ୱାଇଁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏମାନଙ୍କ ବ୍ୟତୀତ ଦୀପକ ମହାରଣା, ମାନସ ମିଶ୍ର, ପୂର୍ଣ୍ଣ ପାତ୍ର, ତପନ ସାହୁ, ମୁନ୍ନା ମଲ୍ଲିକ, ସ୍ମିତା ଚକ୍ରବର୍ତ୍ତୀ, କୁହୁ, ମଧୁ ବାରିକ, ସୂର୍ଣ୍ଣଲତା, ରାଜଲକ୍ଷ୍ମୀ, ସତ୍ୟେନ୍ଦ୍ର, ରୁଦ୍ର, ଜ୍ୟୋତିଶ୍ରୀ ପ୍ରମୁଖ କଳାକାର ଏଥିରେ ନଜର ଆସିବେ।

ରାକେଶ ସାମଲ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ବହନ କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ। ଜେମ୍ସ ଓ ପ୍ରଭାତଙ୍କ ପ୍ରଯୋଜନାରେ ନିର୍ମାଣ ହେଉଥିବା ଏହି ଫିଲ୍ମରେ ସହ ପ୍ରଯୋଜକ ଅଛନ୍ତି ସ୍ମିଥ୍‌ ବାରିକ ଏବଂ ଏ.ଆର. ହାରିସ ବାଦୀ କ୍ରିଏଟିଭ ପ୍ରଯୋଜକ ରହିଛନ୍ତି। ସିନେମାଟୋଗ୍ରାଫର ଭାବେ ଦେବେନ୍ଦ୍ର ପ୍ରଧାନ ଥିବା ବେଳେ ପ୍ରଡକ୍ସନ କଣ୍ଟ୍ରୋଲର ଭାବେ କାମ କରୁଛନ୍ତି ଚିକୁ। ଭରତ ପ୍ରଧାନ ଚଳଚ୍ଚିତ୍ରରେ ଗଣମାଧ୍ୟମ ସଂଯୋଜକ ଅଛନ୍ତି। କଟକ, ଯାଜପୁର ଏବଂ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ‘ଏ କେମିତି ବନ୍ଧନ’ର ଶୁଟିଂ ଚାଲିଥିବା ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories