www.samajalive.in
Monday, December 15, 2025
16.1 C
Bhubaneswar

କାହାଣୀ ପ୍ରେମ ଓ ପ୍ରତିଶୋଧର, ଜୀ-ସାର୍ଥକର ନୂଆ ଓଡିଆ ଫିଲ୍ମ ‘ବନ୍ଦିନୀ’: ଅଡିଓ ଲୋକାର୍ପିତ

ଡେସ୍କ: ‘ବନ୍ଦିନୀ’ କଣ? ଗୋଟିଏ ଶବ୍ଦ, ଜଣେ ଚରିତ୍ର ନା ଆଉକିଛି। ନାରୀଟିଏ କଣ ଖାଲି ପ୍ରତିଶୋଧର ଶିକାର ହୋଇ ବନ୍ଦିନୀ ପାଲଟେ ନା ପ୍ରେମରେ ବି ହୋଇଯାଏ ବନ୍ଦିନୀ। ଆପଣମାନଙ୍କୁ ଏ ସବୁ ପ୍ରଶ୍ନ ଉତ୍ତର ଦେବ ଜୀ-ସାର୍ଥକ ଫିଲ୍ମସ ନୂଆ ଚଳଚ୍ଚିତ୍ର ‘ବନ୍ଦିନୀ’। ଚିରାଚରିତ ପ୍ରେମ କାହାଣୀ ଠାରୁ ଭିନ୍ନ ଏକ ପ୍ରେମ ଓ ପ୍ରତିଶୋଧର ସସ୍ପେନ୍ସ କାହାଣୀକୁ ନେଇ ଏସପିପି ପ୍ରଡକ୍ଶନ୍ ହାଉସ୍ ନିର୍ମାଣ କରିଛି ‘ବନ୍ଦିନୀ’, ଯାହାକୁ ଦର୍ଶକମାନେ ଦେଖିପାରିବେ କେବଳ ଜୀ-ସାର୍ଥକରେ ଆସନ୍ତା ୧୯ ତାରିଖ ସନ୍ଧ୍ୟା ୬:୩୦ରେ। ଆଜି ଭୁବନେଶ୍ବରସ୍ଥିତ ଏକ ତାରକା ହୋଟେଲରେ ଚଳଚ୍ଚିତ୍ର ‘ବନ୍ଦିନୀ’ର ଅଡିଓ ରିଲିଜ୍ ହୋଇଯାଇଛି।

ଏହି ଅବସରରେ ଜୀସାର୍ଥକ ବିଜିନେସ୍ ହେଡ୍ ପ୍ରତୀକ ସିଲ୍,ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ, ନିର୍ଦ୍ଦେଶକ ପିନୁ ନାୟକ, ଅଭିନେତା ମଣ୍ଟୁ, ଅଭିନେତ୍ରୀ ରୀୟା, କଣ୍ଠଶିଳ୍ପୀ ସ୍ବୟମ ପାଢୀ, ଅନ୍ତରା ଚକ୍ରବର୍ତ୍ତୀ, ଲିପ୍ସା ମହାପାତ୍ର ଓ କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

ଡକ୍ଟର ଜନ୍ମେଞ୍ଜୟ ପଣ୍ଡାଙ୍କ କାହାଣୀ, କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜନା ଓ ପିନୁ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ପାଇଁ ନିର୍ମଳ ନାୟକ ଗୀତ ରଚନା କରିଛନ୍ତି ଓ ଅଭିଜିତ୍ ମଜୁମଦାର ଗୀତଗୁଡ଼ିକୁ ସଙ୍ଗୀତରେ ସଜେଇଛନ୍ତି। ଗାଇଛନ୍ତି ସ୍ଵୟମ ପାଢୀ, ଅନ୍ତରା ଚକ୍ରବର୍ତ୍ତୀ, ଏସ୍ ଜିତୁ, ଲିପ୍ଶା ଓ ସସ୍ମିତ ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ୍ ଟୁବୁନ୍। ଓଡିଆ ଚଳଚିତ୍ର ଜଗତର ଦୁଇଜଣ ଲୋକପ୍ରିୟ ଅଭିନେତା ମଣ୍ଟୁ ଓ ରିୟା ଦେଙ୍କୁ ଏକାଠି ଏହି ରୋମାଞ୍ଚ ଭରା ଚଳଚ୍ଚିତ୍ର ‘ବନ୍ଦିନୀ’ରେ ଦେଖିବାକୁ ମିଳିବ। ଏହି ଦୁଇଜଣଙ୍କ ଛଡ଼ା ଓଡ଼ିଶାର ଆହୁରି ଅନେକ ଲୋକପ୍ରିୟ କଳାକାର ମାନଙ୍କ ମଧ୍ୟରେ ବବି ମିଶ୍ର, ସରୋଜ ଦାସ, ଶୁଭ୍ରାଂଶୁ ନାୟକ, କମେଡିଆନ୍ ଥିନ୍ ଓ ମନୀଷା ରଥ ଏହି ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇବେ। ଏକ ଭିନ୍ନ ସ୍ୱାଦ ଓ ସସ୍ପେନ୍ସ ଚଳଚ୍ଚିତ୍ର ଯାହା ବିଭିନ୍ନ ରୂପରେ ପ୍ରେମ, ଷଡଯନ୍ତ୍ର ଏବଂ ପାରିବାରିକ ସମ୍ପର୍କ ଦେଖାଉଥିବା କାହାଣୀ ଦର୍ଶକଙ୍କୁ ନିଶ୍ଚୟ ବାନ୍ଧି ରଖିବ ବୋଲି ପ୍ରଯୋଜନା ସଂସ୍ଥା, ଜୀ-ସାର୍ଥକ ଚାନେଲ୍ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି।

କାହାଣୀ ଆରମ୍ଭ ହେଉଛି ଭଉଣୀ ବାହାଘର ପାଇଁ ପାରୋଲରେ ଜେଲରୁ ଆସୁଥିବା ନନ୍ଦିନୀ ଠାରୁ ହେଲେ ବାହାଘରରେ ନ ପହଞ୍ଚି ସମୟ କ୍ରମେ ସେ ପହଞ୍ଚୁଛି ଶୁଭମ୍ ଘରେ ଓ ସେଠାରେ ଏହି ଦୁଇଜଣଙ୍କୁ ଶୁଭମର ପରିବାର ବିବାହ ବନ୍ଧନରେ ବାନ୍ଧିବାକୁ ପୁରା ପ୍ରସ୍ତୁତ ହେଲାବେଳ କାହାଣୀରେ ଆସୁଛି ଏକ ଆକସ୍ମିକ ମୋଡ। କାହାଣୀରେ ପ୍ରବେଶ କରୁଛି ଜସ୍ମିନ୍। ସେ ପ୍ରତିଶୋଧ ନେବାକୁ ନନ୍ଦିନୀର ଅତୀତ ଜୀବନ ବିଷୟରେ ଖୋଜିବା ଆରମ୍ଭ କରେ ଆଉ ଯେଉଁ ତଥ୍ୟ ମିଳେ ତାହା ଅଦ୍ଭୁତ। ହେଲେ କାହିଁକି ଜସ୍ମିନ୍ ପ୍ରତିଶୋଧ ନେଉଛି, କାହିଁକି ନନ୍ଦିନୀ ଜେଲରେ ଥିଲା? ନନ୍ଦିନୀଙ୍କ ସହିତ କ’ଣ ହେବ? ସେ ପୁଣି ଜେଲକୁ ଯିବ କି? ଏହି ସମସ୍ତ ପ୍ରଶ୍ନର ଉତ୍ତର କେବଳ କ୍ଲାଇମାକ୍ସରେ ହିଁ ମିଳିବ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories