mission shakti banner

ରାଷ୍ଟ୍ରପତି ନିଯୁକ୍ତ କଲେ ନୂଆ ଲୋକପାଳ

BSKY banner  750×100
0

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୋକପାଳ ଅଧ୍ୟକ୍ଷଙ୍କ ସମେତ ୮ଜଣ ସଦସ୍ୟଙ୍କୁ ନିଯୁକ୍ତି ଦେଇଛନ୍ତି। ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ ଲୋକପାଳର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ରାଷ୍ଟ୍ରପତି ମଧ୍ୟ ଲୋକପାଳର ୮ଜଣ ସଦସ୍ୟଙ୍କୁ ନିଯୁକ୍ତି ଦେଇଛନ୍ତି। ସେମାନଙ୍କ ମଧ୍ୟରେ ୪ଜଣ ନ୍ୟାୟିକ ଓ ଅନ୍ୟ ୪ଜଣ ଅଣ-ନ୍ୟାୟିକ ସଦସ୍ୟ ରହିଛନ୍ତି। ଚାରି ଜଣ ନ୍ୟାୟିକ ସଦସ୍ୟ ହେଉଛନ୍ତି ଜଷ୍ଟିସ ଦିଲୀପ ବି. ଭୋସଲେ, ଜଷ୍ଟିସ ପ୍ରଦୀପ କୁମାର ମହାନ୍ତି, ଜଷ୍ଟିସ ଅଭିଳାଷା କୁମାରୀ ଏବଂ ଜଷ୍ଟିସ ଅଜୟ କୁମାର ତ୍ରିପାଠୀ ଓ ୪ଜଣ ଅଣ-ନ୍ୟାୟିକ ସଦସ୍ୟ ହେଉଛନ୍ତି ଦୀନେଶ କୁମାର ଜୈନ, ଅର୍ଚ୍ଚନା ରାମାସୁନ୍ଦରମ, ମହେନ୍ଦ୍ର ସିଂହ ଏବଂ ଡଃ. ଇନ୍ଦ୍ରଜିତ ପ୍ରସାଦ ଗୌତମ। ରାଷ୍ଟ୍ରପତି ଭବନରୁ ଲୋକପାଳ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave A Reply