www.samajalive.in
Wednesday, December 10, 2025
18.1 C
Bhubaneswar

ସ୍ବାଧୀନ ଭାରତରେ ଭୟର କୌଣସି ସ୍ଥାନ ନାହିଁ, କୋର୍ଟ କଚେରୀ ଓ ଥାନାରେ ଆତ୍ମୀୟତା ବାତାବରଣ ଦରକାର-ରାଷ୍ଟ୍ରପତି

ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବର ନବନିର୍ମିତ ଜୁଡ଼ିସିଆଲ କମ୍ପେ୍ଲକ୍ସକୁ ଉଦଘାଟନ କରିଥିଲେ। ଉଦଘାଟନ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ଏବଂ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଉପସ୍ଥିତ ଥିଲେ।

ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆସ୍ଥିତ ସଭାସ୍ଥଳରେ ଯୋଗଦେଇ ନବନିର୍ମିତ ଜୁଡ଼ିସିଆଲ କମ୍ପେ୍ଲକ୍ସ ଉଦଘାଟନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ବିଚାର ବିଭାଗୀୟ କୋର୍ଟ, ସବୁ ଟ୍ରିବ୍ୟୁନାଲ ଗୋଟିଏ ସ୍ଥାନରେ କାର୍ଯ୍ୟ କରିବ। ସୁବିଧା କରିଥିବାରୁ ଉଚ୍ଚ ନ୍ୟାୟାଳୟ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ। ଓଡ଼ିଶାରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା ହୋଇଛି ଜାଣି ବହୁତ ଖୁସି। ଆଜିକା ଦିନରେ ପୁଅମାନଙ୍କ ତୁଳନାରେ ଝିଅମାନେ ଆଗକୁ ଗଲେଣି। ବ୍ରିଟିଶ ଶାସନ କାଳରେ ଝିଅମାନେ ଆଇନ ପାଠ ପଢ଼ି ପାରୁନଥିଲେ। ମଧୁବାବୁ ବହୁ ପରିଶ୍ରମ କରି ଏହା ଉଠାଇବାରେ ସଫଳ ହୋଇଥିଲେ। ସ୍ବାଧୀନ ଭାରତରେ ଭୟର କୌଣସି ସ୍ଥାନ ନାହିଁ। କୋର୍ଟ କଚେରୀ ଓ ଥାନାରେ ଆତ୍ମୀୟତା ବାତାବରଣ ଦରକାର। ନ୍ୟାୟ ପାଇବା ବିଳମ୍ବ ହେଲେ ନ୍ୟାୟ ନ ପାଇବା ସହ ସମାନ  ବୋଲି ପ୍ରକାଶ କରିଥିଲେ।

- Advertisement -

ଗୁରୁବାର ଉଦଘାଟିତ ହୋଇଥିବା ବିଚାର ବିଭାଗୀୟ କୋଠାକୁ ରଙ୍ଗବେରଙ୍ଗ ଆଲୋକମାଳା ଓ ଫୁଲରେ କୋଠାକୁ ଆକର୍ଷିତ କରାଯାଇଛି। ରାଷ୍ଟ୍ରପତିଙ୍କ ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ଉଚ୍ଚନ୍ୟାୟାଳୟ ଓ ଖୋର୍ଦ୍ଧା ଜିଲା ନ୍ୟାୟିକ ପରିସର ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା। କୋଠା ପରିସରରେ କମିସନରେଟ ପୁଲିସ ପକ୍ଷରୁ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ବିଚାରପତିଙ୍କ ପାଇଁ ଅସ୍ଥାୟୀ ରହଣିସ୍ଥଳ ନିର୍ମାଣ ହୋଇଛି।

ଆଜି ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ ନ୍ୟାୟିକ ପରିସରରେ ପହଞ୍ଚି ଉଦ୍‌ଘାଟନ କରିଥିଲେ। ପ୍ରବେଶ ପଥରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରିବା ପରେ ବିଚାରପତି ତଥା ବରିଷ୍ଠ ଅଧିକାରୀଙ୍କ ସହ ଫଟୋ ଉତ୍ତୋଳନ କରି ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆସ୍ଥିତ ସଭାସ୍ଥଳକୁ ଯାଇଥିଲେ। ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ରଘୁବର ଦାସ, ଉଚ୍ଚନ୍ୟାୟାଳୟ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ, ଖୋର୍ଦ୍ଧାଜିଲା ବିଚାରପତି (ପ୍ରଶାସନିକ) ସଙ୍ଗମ କୁମାର ସାହୁ ଉପସ୍ଥିତଥିଲେ।

ଏହି ଅବସରରେ ବିଚାର ବିଭାଗୀୟ କୋଠାର ଗୋଟିଏ ମଡେଲ ରାଷ୍ଟ୍ରପତିଙ୍କୁ ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା। ଏହାସହିତ ବିଚାର ବିଭାଗୀୟ କୋଠାରେ କ’ଣ ସବୁ ସୁବିଧା ରହିଛି ତା’ର ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା। ସଭାସ୍ଥଳ ସାମ୍ନାରେ ୭୦୦ ଆଇନଜୀବୀ ସହିତ ଉଚ୍ଚନ୍ୟାୟାଳୟ ବିଚାରପତି ତଥା ନିମନ୍ତ୍ରିତ ଅତିଥିଙ୍କୁ ମିଶାଇ ୨୫୦ ଜଣ ବସିବା ପାଇଁ ବ୍ୟବସ୍ଥା ହୋଇଥିଲା। ସଭାସ୍ଥଳକୁ ଯାଇନଥିବା ଆଇନଜୀବୀଙ୍କ ପାଇଁ ବିଜେବି କଲେଜ ବାସ୍କେଟବଲ ଖେଳ ପଡ଼ିଆରେ ବସିବା ପାଇଁ ୧୦୦୦ ସିଟ୍‌ ବ୍ୟବସ୍ଥା କରାଯାଇଥିଲା।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories