www.samajalive.in
Monday, December 15, 2025
27.1 C
Bhubaneswar

ଗଠନ ହେଲା ମୋହନା ସାମ୍ବାଦିକ ସଂଘ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକର ଦୀର୍ଘଦିନ ଧରି ଅବ୍ୟବସ୍ଥା ଏବଂ ବିଭିନ୍ନ ସମସ୍ୟା ମଧ୍ୟରେ ରହିଥିବା ସାମ୍ବାଦିକ ସଂଗଠନକୁ ସୁଦୃଢ କରିବା ପାଇଁ ଶୁକ୍ରବାର ଏହି ବ୍ଳକ ଅଧିନ କର୍ଚ୍ଚବାଡି ପଞ୍ଚାୟତର ମାଆ ବ୍ରାହ୍ମଣୀଦେବୀ ପୀଠ ପରିସରରେ ମୋହନା ସାମ୍ବାଦିକ ସଂଘ(ଏମଜେୟୁ) ଗଠନ କରାଯାଇଛି। ବ୍ଲକର ୧୧ ଜଣ ସକ୍ରିୟ ସାମ୍ବାଦିକଙ୍କ ସହ ୩ ଜଣ ବରିଷ୍ଠ ଉପଦେଷ୍ଟାଙ୍କ ଉପସ୍ଥିତରେ ଆନୁଷ୍ଠାନିକ ଭାବେ ଏହି ସଂଘ ଗଠନ ହୋଇଯାଇଛି। ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସଂଗଠନକୁ ସୁଦୃଢ କରିବା, ସାମ୍ବାଦିକତାର ଲକ୍ଷ୍ୟ, ଉଦେ୍ଧଶ୍ୟ ତଥା ସେବା ମନବୃତି ନେଇ ଆଗକୁ ଚାଲିବା ତଥା ଦୁର୍ନିତିକୁ ପ୍ରଶୟ ନଦେବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସର୍ବସମ୍ମତି କ୍ରମେ କର୍ମକର୍ତା ଚୟନ କରାଯାଇଥିଲା। ସଂଘର ସଭାପତି ଭାବେ ବରିଷ୍ଠା ସାମ୍ବାଦିକ ମିହିର ରଞ୍ଜନ ଜତି, ଉପସଭାପତି ପଞ୍ଚାନନ ଦାଶ ରହିଥିବା ବେଳେ, ସମ୍ପାଦକ ପଦବୀରେ ଅଂଶୁମାନ ପଣ୍ଡା, ଯୁଗ୍ମ ସମ୍ପାଦକ ସୁବିତ କୁମାର ନାୟକ, ସାଂଗଠନିକ ସମ୍ପାଦକ ସାଗର ବଳିଆର ସିଂ, କୋଷାଧ୍ୟକ୍ଷ ସୁହାନ ଛିଞ୍ଚାଣୀ, ସଭ୍ୟ ତପନ କୁମାର ପତି, ମୋହନ ଗୌଡ, ମୋଜେଶ ରଇତ, ବିମଳ କୁମାର ମଳିକ, ସଭ୍ୟା ସୁଷମା ତ୍ରିପାଠୀ ଏବଂ ଉପଦେଷ୍ଟା ଭାବେ ବରିଷ୍ଠ ଶିକ୍ଷାବିତ୍‍ ତଥା ଓକିଲ ମଧୁସୁଦନ ପାଢୀ, ସମାଜସେବୀ ଭିକାରୀ ବେହେରା, ରବି ମିଶ୍ରଙ୍କୁ ଚୟନ କରାଯାଇଥିଲା। ଶେଷରେ ସଂଘର ଉପସଭାପତି ପଞ୍ଚାନନ ଦାଶ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଂଘର ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories