www.samajalive.in
Monday, December 15, 2025
15.1 C
Bhubaneswar

୭ ଜିଲାରେ ବଢ଼ିବ ସାକ୍ଷରତା ହାର

ଭୁବ‌େ‌ନଶ୍ବର : ରାଜ୍ୟରେ ସାକ୍ଷରତା ଦୃଷ୍ଟିରୁ ପଛୁଆ ଥିବା ୭ଟି ଜିଲାରେ କେନ୍ଦ୍ର ସରକାରଙ୍କ ନ୍ୟୁ ଇଣ୍ଡିଆ ଲିଟେରାସୀ ପ୍ରୋଗ୍ରାମ ଆରମ୍ଭ ହେବ। ୨୦୧୧ ଜନଗଣନା ଆନୁସାରେ, କଳାହାଣ୍ଡି, କୋରାପୁଟ, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ଓ ଗଜପତି ଜିଲାରେ ସାକ୍ଷରତା ହାର୍ କମ୍ ରହିଛି। ତେଣୁ ଏସବୁ ଜିଲାର ୧୫ରୁ ୩୫ ବର୍ଷ ବ୍ୟକ୍ତି, ଯେଉଁମାନେ ପାଠ ପଢ଼ି ନ ଥିବେ ବା ଯେଉଁମାନେ ଅଧାରୁ ପାଠ ଛାଡ଼ିଥିବେ, ସେମାନଙ୍କୁ ସାକ୍ଷର କରାଯିବ।
ଅନଲାଇନ ମୋଡରେ ସାକ୍ଷରତା ସହ ସଂଖ୍ୟା ଶିକ୍ଷା ଦିଆଯିବ। ଶିକ୍ଷାଦାନ ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ଏନଏସଏସ ଓ ଏନସିସି କ୍ୟାଡେଟଙ୍କ ସମେତ ଶିକ୍ଷକଙ୍କୁ ସାମିଲ କରିବାକୁ ଯୋଜନା ରହିଛି। ବ୍ୟୟ ଅଟକଳ, ଲୋକଙ୍କ ତାଲିକା ଓ କାର୍ଯ୍ୟକାରିତାର ପ୍ଲାନ ପ୍ରସ୍ତୁତ କରିବାକୁ ୭ ଜିଲାର ଶିକ୍ଷାଧିକାରଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦେଶକ ଚିଠି ଲେଖିଛନ୍ତି। ସବିଶେଷ ତଥ୍ୟ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବା ପରେ ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ ହେବ। ସୂଚନାଯୋଗ୍ୟ, ସାରା ଦେଶରେ ଲାଗୁ ହେବାକୁ ଥିବା ନ୍ୟୁ ଇଣ୍ଡିଆ ଲିଟେରାସି ପ୍ରୋଗ୍ରାମ ପାଇଁ ୧୦୩୭.୯୦ କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୨ରୁ ୨୦୨୭ ସୁଦ୍ଧା ୫ କୋଟି ଲୋକଙ୍କୁ ପୌଢ଼ଶିକ୍ଷା ଦିଆଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories