www.samajalive.in
Monday, December 15, 2025
15.1 C
Bhubaneswar

ନୂଆ ହିନ୍ଦୁ ଆଚାର ସଂହିତା: ଯୌତୁକ, ବିଳାସପୂର୍ଣ୍ଣ ବିବାହ ଉପରେ ରୋକ୍, ବ୍ରାହ୍ମଣ ଭୋଜନରେ ମାତ୍ର ୧୩ ଜଣ

ବାରାଣସୀ: ହିନ୍ଦୁ ପରମ୍ପରା ଏବଂ ସାମାଜିକ ଆଚରଣରେ ସଂସ୍କାର ଆଣିବା ପାଇଁ କାଶୀ ବିଦ୍ୱତ୍ ପରିଷଦ ଏକ ନୂତନ ହିନ୍ଦୁ ଆଚାର ସଂହିତା ପ୍ରକାଶ କରିଛି। ୪୦୦ ପୃଷ୍ଠାର ଏହି ଦଲିଲକୁ ସାରା ଦେଶର ବିଦ୍ୱାନ, ଶଙ୍କରାଚାର୍ଯ୍ୟ, ମହାମଣ୍ଡଳେଶ୍ୱର ଏବଂ ସନ୍ଥମାନଙ୍କ ସହିତ ଦୀର୍ଘ ବିଚାର ବିମର୍ଶ ପରେ ପ୍ରସ୍ତୁତ କରାଯାଇଛି। ନୂଆ ସଂହିତାରେ ଯୌତୁକ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ, ବିବାହରେ ଅପବ୍ୟୟ ନିଷେଧ ଏବଂ ବୈଦିକ ଉପାୟରେ ଦିନରେ ବିବାହ କରିବାକୁ ପରାମର୍ଶ ଦିଆଯାଇଛି।

ବ୍ରାହ୍ମଣ ଭୋଜନରେ ସାମିଲହେବେ କେବଳ ୧୩ ଜଣ:

- Advertisement -

ଅନ୍ତିମ ସଂସ୍କାର ପରେ କରାଯାଉଥିବା ଭୋଜିରେ କେବଳ ୧୩ ଜଣ ଲୋକଙ୍କୁ ସାମିଲ କରିବାକୁ ସୀମା ଧାର୍ଯ୍ୟ କରାଯାଇଛି। ଏଥିସହ ପ୍ରି-ଓ୍ବେଡିଂ ଶୁଟ୍‌ ଏବଂ ରିଙ୍ଗ୍‌ ସେରିମନୀ ଭଳି ଆଧୁନିକ ପ୍ରଥାକୁ ମଧ୍ୟ ନିରୁତ୍ସାହିତ କରାଯାଇଛି। ସଂହିତାରେ ହିନ୍ଦୁ ଧର୍ମକୁ ପୁନଃପରିବର୍ତ୍ତନ ପ୍ରକ୍ରିୟାକୁ ସରଳ କରାଯାଇଛି।

ଯେଉଁମାନେ ଚାପରେ ଧର୍ମ ପରିବର୍ତ୍ତନ କରିଛନ୍ତି, ସେମାନେ ନିଜ ଗୋତ୍ର ଏବଂ ନାମ ସହିତ ହିନ୍ଦୁ ଧର୍ମକୁ ଫେରିପାରିବେ। ଏହା ସହିତ ମନ୍ଦିରର ପବିତ୍ରତା ବଜାୟ ରଖିବା ପାଇଁ କେବଳ ପୁରୋହିତ ଏବଂ ସନ୍ଥମାନଙ୍କୁ ମନ୍ଦିର ଗର୍ଭଗୃହରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ।

ଅକ୍ଟୋବର ମାସରୁ ହେବ ଲାଗୁ:

କାଶୀ ବିଦ୍ୱତ୍ ପରିଷଦର ସାଧାରଣ ସମ୍ପାଦକ ରାମ ନାରାୟଣ ଦ୍ୱିବେଦୀ କହିଛନ୍ତି ଯେ, ଏହି ସଂହିତାକୁ ୭୦ ଜଣ ବିଦ୍ୱାନଙ୍କ ଦ୍ୱାରା ବିକଶିତ କରାଯାଇଛି। ଏହି ବିଦ୍ୱାନମାନଙ୍କୁ ୧୧ଟି ଦଳ ଏବଂ ତିନୋଟି ଉପ-ଦଳରେ ବିଭକ୍ତ କରାଯାଇଥିଲା। ପ୍ରତ୍ୟେକ ଦଳରେ ଉତ୍ତର ଏବଂ ଦକ୍ଷିଣ ଭାରତର ପାଞ୍ଚ ଜଣ ବିଦ୍ୱାନ ସାମିଲ ଥିଲେ। ସଂହିତାକୁ ଚୂଡ଼ାନ୍ତ କରିବା ପାଇଁ ୪୦ରୁ ଅଧିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସଂହିତାର ୫ ଲକ୍ଷ କପି ସାରା ଦେଶରେ ବଣ୍ଟନ କରାଯିବ ବୋଲି ସେ କହିଛନ୍ତି।

ଏହି ସଂହିତାକୁ ପ୍ରସ୍ତୁତ କରିବାରେ ମନୁସ୍ମୃତି, ପରାଶର ସ୍ମୃତି, ଦେବଲ ସ୍ମୃତି ସହିତ ଗୀତା, ରାମାୟଣ, ମହାଭାରତ ଏବଂ ପୁରାଣରୁ ଉଦ୍ଧୃତ ଅଂଶ ସାମିଲ କରାଯାଇଛି। ଶଙ୍କରାଚାର୍ଯ୍ୟ, ରାମାନୁଜାଚାର୍ଯ୍ୟ ଏବଂ ପ୍ରମୁଖ ସନ୍ଥମାନଙ୍କ ଅନୁମୋଦନ ପରେ ଏହି ସଂହିତା ଚଳିତ ବର୍ଷ ଅକ୍ଟୋବର ମାସରୁ ଆନୁଷ୍ଠାନିକ ଭାବରେ କାର୍ଯ୍ୟକାରୀ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories