www.samajalive.in
Monday, December 8, 2025
14.1 C
Bhubaneswar

ବୁଣାକାର ଶ୍ରମିକଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର : ବୁଣାକାର ଶ୍ରମିକଙ୍କୁ ରାଜ୍ୟ ସରକାରଙ୍କ ଭେଟି । ବୁଣାକାର ଶ୍ରମିକଙ୍କ ଭତ୍ତା ବଢାଇଲେ ରାଜ୍ୟ ସରକାର । ଏନେଇ ଶୁକ୍ରବାର ଖବର ସାମ୍ନାକୁ ଆସିଛି। ପୁରୁଷ ବୁଣାକାର ଶ୍ରମିକଙ୍କ ଭତ୍ତା ୬ ହଜାରକୁ ବୃଦ୍ଧି କରାଯାଇଥିବା ବେଳେ ମହିଳା ବୁଣାକାର ଶ୍ରମିକଙ୍କ ଭତ୍ତା ୭ ହଜାରକୁ ବୃଦ୍ଧି କରାଯାଇଛି।
ସୂଚନାନୁଯାୟୀ,  ଶୁକ୍ରବାର ଲୋକସେବା ଭବନରେ ଓଡ଼ିଶା ଟେକ୍ସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ୬ଟି ଟେକ୍ସଟାଇଲ୍‍ ପାର୍କର ଉଦଘାଟନ କରିଛନ୍ତି । ବଲାଙ୍ଗିର, ଜଗତସିଂହପୁର, କେନ୍ଦୁଝର, ସମ୍ବଲପୁର, କଟକ, ଗଞ୍ଜାମରେ ଟେକ୍ସଟାଇଲକ ପାର୍କ ହେବ । ରାଜ୍ୟରେ ୧୦ହଜାର କୋଟିର ପୁଞ୍ଜି ନିବେଶ ଆଶା ରହିଥିବା ବେଳେ ୨୫ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାସହିତ ବୟନ କ୍ଷେତ୍ରରେ ୫ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି ଆମର ଲକ୍ଷ୍ୟ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶାର ବସ୍ତ୍ର ପୂରା ଦେଶରେ ପହଞ୍ଚାଇବାକୁ ହେବ । ଏଥିପାଇଁ ୩୩ଏମଓୟୁ ସ୍ୱାକ୍ଷରିତ, ୭୮୦୮କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ୫୩ହଜାର ୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅଗଷ୍ଟରେ ୩ ଥର କରିବେ ସୂର୍ଯ୍ୟ ଚଳନ; ଚୁଟ୍‌କିରେ ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, ମିଳିବ ଗୋଟିଏ ପରେ ଗୋଟିଏ ସଫଳତା, ହେବେ ଧନୀ..

- Advertisement -

 

ଦେଖନ୍ତୁ ଭିଡିଓ ; ବୃଦ୍ଧାଙ୍କୁ ରାସ୍ତା କଡରେ ଛାଡି ଦେଲେ ପରିବାର

 

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories