ସମ୍ବଲପୁର : ବଢି ଚାଲିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ହୀରାକୁଦ ଉପରମୁଣ୍ଡର ଜଳସ୍ତର ବଢୁଛି । ବର୍ତ୍ତମାନ ମୋଟ୍ ୧୬ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ସନ୍ଧ୍ୟାସୁଦ୍ଧା ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେବ ବୋଲି କହିଛନ୍ତି ହୀରାକୁଦ କର୍ତ୍ତୃପକ୍ଷ । ବର୍ଷାକୁ ଦେଖି ତଳିଆ ଅଞ୍ଚଳ ଜିଲାମାନଙ୍କୁ ହାଇଆଲର୍ଟ କରାଯାଇଛି ।
ସୂଚନାନୁଯାୟୀ, ହୀରାକୁଦ ଡ୍ୟାମ୍ର ୪ଟି ଗେଟ୍ ଶୁକ୍ରବାର ସକାଳେ ଖୋଲାଯାଇଥିଲା। ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରଖିଥିଲା। ବାମପଟରେ ୮ଟି ଓ ଡାହାଣ ପଟରେ ୪ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରଖିଥିଲା। ଗତକାଲି ଅର୍ଥାତ୍ ଗୁରୁବାର ସୁଦ୍ଧା ମୋଟ୍ ୮ଟି ଗେଟ୍ ନେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା।
ସନ୍ଧ୍ୟାସୁଦ୍ଧା ଖୋଲିବ ହୀରାକୁଦର ୨୦ ଗେଟ୍; ଖୋଲିଲା ଆଉ ୪
- Advertisement -
Popular Categories



