www.samajalive.in
Monday, December 15, 2025
15.1 C
Bhubaneswar

ପୁଣି ଆସିବ ଫ୍ୟାଟ୍ ବୟ, ସାରା ବିଶ୍ବରେ ବିକ୍ରି ହେବ ମାତ୍ର ୧୯୯୦ ୟୁନିଟ୍

ନୂଆଦିଲ୍ଲୀ : ହାର୍ଲେ-ଡେଭିଡସନ୍ ନିଜ ଆଇକନିକ୍ ଫ୍ୟାଟ୍ ବୟ ବାଇକର ୩୫ ତମ ବର୍ଷ ପୂରଣ ଅବସରରେ ଏକ ଖାସ୍ ଫ୍ୟାଟ୍ ବୟ ଗ୍ରେ ଘୋଷ୍ଟ ନେଇଆସିଛି  । ଏହି ଲିମିଟେଡ୍ ଏଡିଶନ ମଡେଲ ହାର୍ଲେର ଆଇକନ୍ ମୋଟରସାଇକେଲ କଲେକ୍ସନର ଏକ ଅଂଶ । ସାରା ବିଶ୍ବରରେ ଏହାର ମାତ୍ର ୧୯୯୦ ୟୁନିଟ୍ସ ପ୍ରସ୍ତୁତ ହେବ । ୧୯୯୦ ମସିହାରେ ଲଞ୍ଚ୍ ହେବା ସ୍ମୃତିରେ ଏହାକୁ ପ୍ରସ୍ତୁତ କରାଯିବ । ଏହା ଦେଖିବାକୁ ଅତି ସୁନ୍ଦର ସହ ଏହା ଉତ୍ତମ ପ୍ରଦର୍ଶନ ମଧ୍ୟ କରିବ ।

ଗ୍ରେ ଘୋଷ୍ଟରେ ଏକ ଖାସ୍ ରିଫ୍ଲେକ୍ସନ ଫିନିଶ୍ ଦିଆଯାଇଛି । ଏହା ଦେଖିବାକୁ କ୍ରୋମ୍ ଭଳି ଲାଗେ କିନ୍ତୁ ଏହାକୁ ପିଭିଡି ଟେକ୍ନୋଲୋଜିରେ ପ୍ରସ୍ତୁତ କରାଯାଇଛି । ଏହା ଗାଡିର ଲୁକକୁ ଆକର୍ଷଣୀୟ କରିବା ସହ କଳଙ୍କରୋଧୀ ଭାବେ କାର୍ଯ୍ୟ କରିବ ।

- Advertisement -

ଏଥିରେ ୫ ଇଞ୍ଚ ଇନଷ୍ଟ୍ରୁମେଣ୍ଟ କନସୋଲ୍ ଦିଆଯାଇଛି ଯେଉଁଥିରେ ଆନାଲଗ୍ ସ୍ପିଡୋମିଟର ଓ ଏଲସିଡି ଡେସପ୍ଲେ ସାମିଲ । ହେଡଲାଇଟଠୁ ଆରମ୍ଭ କରି ଟେଲଲାଇଟରେ ଏଲଇଡି ଲାଇଟିଂ ମିଳୁଛି । ୟୁଏସବି ଚାର୍ଜିଂ ସି ପୋର୍ଟ ଦିଆଯାଇଛି । କର୍ଣ୍ଣରିଂ ଏବିଏସ୍, ଟ୍ରାକ୍ସନ କଣ୍ଟ୍ରୋଲ, ଟାୟାର ପ୍ରେସର ମନିଟରିଂ ଭଳି ଆଡଭାନ୍ସ ସେଫ୍ଟି ଫିଚର୍ସ ମଧ୍ୟ ଦିଆଯାଇଛି । ଏହା ୧୦୧ ବିଏଚପିର ପାଓ୍ବର ଓ ୧୭୧ ଏନଏମର ଟର୍କ ଉତ୍ପନ କରିବାରେ ସକ୍ଷମ । ଅର୍ଥାତ୍ ପୁରୁଣା ମଡେଲ ତୁଳନାରେ ଏହା ୭ ପ୍ରତିଶତ ଅଧିକ ପାଓ୍ବର ପ୍ରଦାନ କରିବ ।  ବାଇକରେ ହାଇଡ୍ରୋଲିକ୍ ପ୍ରିଲୋଡ୍ ଆଡଜଷ୍ଟେବଲ ମୋନୋ ଶକ୍ ସସପେନ୍ସନ ଦିଆଯାଇଛି । ଏହାର ଦାମ୍ ସମ୍ପର୍କରେ କୌଣସି ସୂଚନା ଦେଇନି କମ୍ପାନୀ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories