www.samajalive.in
Sunday, December 14, 2025
23.1 C
Bhubaneswar

ସଶସ୍ତ୍ରବାହିନୀର ଅଦମ୍ୟ ନିଷ୍ଠା ଓ ସମର୍ପଣ ଭାବକୁ ସାଲ୍ୟୁଟ – ପ୍ରଧାନମନ୍ତ୍ରୀ

ଡେସ୍କ: ପାକିସ୍ତାନରେ ଏଭଳି କୌଣସି ସ୍ଥାନ ନାହିଁ ଯେଉଁଠି ଆତଙ୍କବାଦୀମାନେ ଶାନ୍ତିରେ ନିଶ୍ୱାସ ନେଇପାରିବେ। ଆତଙ୍କବାଦୀଙ୍କ ଘର ଭିତରେ ପ୍ରବେଶ କରି ସେମାନଙ୍କୁ ନିପାତ କରିବାର ସାମର୍ଥ୍ୟ ଭାରତର ରହିଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଆଜି ପଞ୍ଜାବ ସ୍ତିତ ଆଦମପୁର ବାୟୁସେନା ଘାଟି ପରିଦର୍ଶନ ସମୟରେ ଅପରେସନ ସିନ୍ଦୂରର ସଫଳତା ନିମନ୍ତେ ବୀର ସୈନିକମାନଙ୍କୁ ପ୍ରଶଂସା କରି ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁମାନେ ଦୃଢ଼ ଲକ୍ଷ୍ୟ, ଅଦମ୍ୟ ସାହସ ଏବଂ ନିର୍ଭୀକତାର ପରିଚୟ ଦେଇଛନ୍ତି ସେମାନଙ୍କ ସହ କଥା ହେବା ସ୍ୱତନ୍ତ୍ର ଥିଲା। ସେ କହିଛନ୍ତି ଦେଶପାଇଁ ଆମ ସଶସ୍ତ୍ରବାହିନୀ ଯେଉଁ ସମର୍ପଣ ଭାବ ପ୍ରଦର୍ଶନ କରିଛନ୍ତି ସେଥିଲାଗି ସେ କୃତଜ୍ଞତା ପ୍ରକାଶ କରୁଛନ୍ତି।

ଅପରେସନ ସିନ୍ଦୂରରେ ପାକିସ୍ତାନ ଏବଂ ପାକ୍‌‌ ଅଧିକୃତ କାଶ୍ମୀରର ଅନେକଗୁଡ଼ିଏ ଆତଙ୍କୀ ଶିବିରକୁ ନଷ୍ଟ କରିବା ସହ ଭାରତୀୟ ସେନା ଏହି ଅଭିଯାନରେ ଏକଶହରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ସେ କହିଛନ୍ତି, ଆତଙ୍କୀମାନଙ୍କ ଆକ୍କା ଏବେ ଚିନ୍ତା କରୁଥିବେ ଯେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିବାର ପରିଣାମ କଭଳି ଭୟଙ୍କର ହୋଇପାରେ।

- Advertisement -

ଅପରେସନ ସିନ୍ଦୂର ଭାରତୀୟଙ୍କ ମନୋବଳ ବୃଦ୍ଧି କରିଛି ଓ ଦେଶବାସୀଙ୍କୁ ଏକ କରିଛି। ସେ କହିଛନ୍ତି, ଭାରତୀୟ ବାୟୁସେନା ମାତ୍ର ୨୦ରୁ ୨୫ ମିନିଟ ମଧ୍ୟରେ ସୀମାପାର ଆତଙ୍କୀ ଆଡ୍ଡା ଧ୍ବଂସ କରିଥିଲା। ଶ୍ରୀ ମୋଦୀ କହିଛନ୍ତି କିଭଳି ଆମ ସେନା ଓ ମେସିନ ସଠିକ ଢଙ୍ଗରେ ବିରୋଧୀଙ୍କୁ ଜବାବ ଦେଇଥିଲା।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories