www.samajalive.in
Sunday, December 7, 2025
26.1 C
Bhubaneswar

ଏସୀୟ ସୁଟିଂ: ନୀରୁଙ୍କୁ ଦୁଇ ସ୍ବର୍ଣ୍ଣ, ମନୁ ୪ର୍ଥ

ନୂଆଦିଲ୍ଲୀ : କାଜାଖ୍‌ସ୍ତାନରେ ଚାଲିଥିବା ଏସିଆନ୍‌‌ ସୁଟିଂ ଚମ୍ପିଆନ୍‌ସିପରେ ଭାରତକୁ ନିରାଶ କରିଛନ୍ତି ପ୍ୟାରିସ୍‌‌ ଅଲିମ୍ପିକ୍‌ସରେ ଦୁଇଟି ପଦକ ଜିତିଥିବା ମାନୁ ଭାକର। ସୋମବାର ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଚତୁର୍ଥ ଓ ତାଙ୍କ ସାଥି ଇଶା ସିଂହ ଷଷ୍ଠ ସ୍ଥାନରେ ରହିଥିଲେ। ମାନୁ ଓ ଈଶା ବିଫଳ ହୋଇଥିଲେ ମଧ୍ୟ ଭାରତକୁ ସୋମବାର ଏକାଧିକ ପଦକ ମିଳିଛି। ଜାତୀୟ ଚମ୍ପିଆନ୍‌ସିପ୍‌‌ ନୀରୁ ଧାଣ୍ଡା ମହିଳା ଟ୍ରାପ୍‌‌ ଇଭେଣ୍ଟରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଆଉ ଜଣେ ଭାରତୀୟ ଅସୀମା ଆଲୱତ କାଂସ୍ୟ ପଦକ ହାସଲ କରିଛନ୍ତି। ଏହି ମୁକାବିଲାରେ ନୀରୁ ୪୩ ଓ ଅସୀମା ୨୯ ପଏଣ୍ଟ ପାଇଥିଲେ। ମହିଳା ଦଳଗତ ଇଭେଣ୍ଟରେ ଚୀନ୍‌‌ ଓ କୁଏତକୁ ପଛରେ ପକାଇ ଭାରତ ସ୍ୱର୍ଣ୍ଣପଦକ ଜିତିନେଇଛି। ମହିଳା ଟ୍ରାପ୍‌‌ରେ ନୀରୁ, ଅସୀମା ଓ ପ୍ରୀତି ରଜାକ୍‌‌ ୩୧୯ ପଏଣ୍ଟ ସ୍କୋର କରି ଏହି ଇଭେଣ୍ଟରେ ୨ୟ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ଭାରତକୁ ତୃତୀୟ ପଦକ ମିଳିଛି ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟରେ। ବ୍ୟକ୍ତିଗତ ବିଭାଗରେ ଭାରତ କୌଣସି ପଦକ ଜିତି ନ ଥିଲେ ମଧ୍ୟ ଦଳଗତ ବିଭାଗରେ ମାନୁ, ଇଶା ଓ ସିମ୍ରନପ୍ରୀତ୍‌‌ କୌର ବ୍ରାର କାଂସ୍ୟ ପଦକ ଜିତି ପାରିଛନ୍ତି। ପୁଣି କନିଷ୍ଠ ୨୫ ମିଟର ପିସ୍ତଲ ଇଭେଣ୍ଟରେ ଭାରତର ସମସ୍ତ ପଦକ କବ୍‌‌ଜା କରିଛି। ଏଥିରେ ପାୟଲ ଖତ୍ରୀଙ୍କୁ ସ୍ବର୍ଣ୍ଣ, ନମ୍ୟା କପୁରଙ୍କୁ ରୌପ୍ୟ ଓ ତେଜସ୍ୱିନୀଙ୍କୁ କାଂସ୍ୟ ପଦକ ମିଳିଛି। ଏହାଛଡ଼ା ଦଳଗତ ବିଭାଗରେ ଏହି ତିନି ସୁଟର ମଧ୍ୟ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories