www.samajalive.in
Saturday, December 13, 2025
27.1 C
Bhubaneswar

ବଦଳିଲା କୋଭିଡ ନିର୍ଦ୍ଦେଶାବଳୀ: ରାତି ୯ରୁ ନାଇଟ କର୍ଫ୍ୟୁ, ଦ୍ୱାଦଶ ଯାଏଁ କ୍ଲାସ ବନ୍ଦ

ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଓ ଓମିକ୍ରନ ଭୟାବହତାକୁ ଦୃଷ୍ଟିରେ ରଖି କୋଭିଡ ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ କରାଯାଇଛି। ଆଜି ସନ୍ଧ୍ୟାରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ପ୍ରେସମିଟରେ କହିଛନ୍ତି ଯେ ଦେଶରେ ଏବେ କରୋନା ସଂକ୍ରମଣ ଭୟଙ୍କର ଭାବେ ବୃଦ୍ଧି ପାଉଛି। ଦେଶରେ କରୋନାର ଆଉ ଏକ ଲହର ଆରମ୍ଭ ହୋଇଥିବା ସେ କହିଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ କରୋନାର ଦ୍ଵିତୀୟ ଲହର ସମୟରେ ସରକାର ଓ ଜନସାଧାରଣଙ୍କ ମିଳିତ ଉଦ୍ୟମରେ ଆମେ ଜିତିପାରିଛୁ ଓ ଏବେ ପୁଣି ସମୟ ଆସିଛି ଆମେ ସମସ୍ତେ ସତର୍କ ହେବା ଓ ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରିବା। ସେ ଟୀକାକରଣ ପ୍ରକ୍ରିୟାରେ ସମସ୍ତଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି।

ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା ରାଜ୍ୟ ସରକାରଙ୍କ ଦ୍ୱାରା ପୂର୍ବରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ କେତେକ ପରିବର୍ତ୍ତନ ସମ୍ପର୍କରେ କହିଛନ୍ତି।
– ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତି ୧୦ଟା ପରିବର୍ତ୍ତେ ରାତି ୯ଟା ଠାରୁ ନାଇଟ କର୍ଫ୍ୟୁ ଲାଗୁ ହେବ
– ନାଇଟ କର୍ଫ୍ୟୁ ସମୟରେ କେବଳ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକୁ ଅନୁମତି ଦିଆଯିବ ନାହିଁ
– ମାଟ୍ରିକ ସମେଟିଭ ପରୀକ୍ଷା ଚାଲୁ ରହିବ
– +୨ ପର୍ଯ୍ୟନ୍ତ ସମସ୍ତ କ୍ଲାସ ବନ୍ଦ ରହିବ କିନ୍ତୁ ଅନଲାଇନ ତଥା ଅନ୍ୟାନ୍ୟ ପଦ୍ଧତିରେ ପାଠପଢ଼ା ଜାରି ରହିବ
– ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସେମାନଙ୍କ ଅଭିଭାବକଙ୍କ ପରାମର୍ଶ କ୍ରମେ ବିଦ୍ୟାଳୟ କର୍ତୃପକ୍ଷ ଛୋଟ ଛୋଟ ଗ୍ରୁପ ଗଠନ କରି ଡାଉଟ କ୍ଲିୟରିଂ କ୍ଲାସ କରିପାରିବେ
– ସମସ୍ତ ମଲ, ମାର୍କେଟ, ହାଟ ଓ ବଜାର ରାତି ୯ଟା ଯାଏଁ ଖୋଲା ରହିବ
– ଦୋକାନ ଓ ମଲ ମାଲିକମାନେ କୋଭିଡ ନିର୍ଦ୍ଦେଶାବଳୀ ପାଳନ ବୁଝିବେ, ଖିଲାପ କଲେ ୭ଦିନ ଯାଏଁ ସିଲ ହେବ ଦୋକାନଓ ମଲ
– ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ
– ରାଜନୈତିକ, ଖେଳକୁଦ ସମ୍ବନ୍ଧୀୟ ଓ ଶୈଖିକ ସମନ୍ଵନ୍ଧୀୟ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଜଣଙ୍କୁ ଅନୁମତି
– ଆବଦ୍ଧ ଗୃହ ମଧ୍ୟରେ କାର୍ଯ୍ୟକ୍ରମ ହେଉଥିଲେ ମୋଟ ବସିବା କ୍ଷମତାର ୫୦ ପ୍ରତିଶତଙ୍କୁ ମିଳିବ ଅନୁମତି
– ପ୍ରତ୍ୟେକ କାର୍ଯ୍ୟକ୍ରମରେ ମାସ୍କ ପିନ୍ଧିବା, ହାଟ ଧୋଇବା ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ
– ମେଳା, ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବନ୍ଦ
– ପିକନିକ ମଧ୍ୟ ବନ୍ଦ
– ଯେକୌଣସି ବାର୍ଷିକୀ ପାଳନ ଉପରେ କଟକଣା, ତେବେ ନିଜ ଘରେ ନିଜର ସୀମିତ ସମ୍ପର୍କୀୟଙ୍କ ସହ ପାଳନ ହୋଇପାରିବ
– ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣଙ୍କୁ ଅନୁମତି
– ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ୫୦% କର୍ମଚାରୀରେ ଚାଲିବ
– ୫୦% କ୍ଷମତାରେ ଚାଲିବ ସିନେମା ହଲ
– ସରକାରୀ ବୈଠକ ଓ ପ୍ରଶିକ୍ଷଣ ପାଇଁ ସର୍ବାଧିକ ୧୦୦ ଜଣଙ୍କୁ ଅନୁମତି
– ସର୍ବାଧିକ ୫୦ ଜଣଙ୍କୁ ନେଇ ଚଳଚ୍ଚିତ୍ର ସୁଟିଂକୁ ଅନୁମତି
– ବାହାଘର ଓ ବ୍ରତଘରରେ ୧୦୦ ଏବଂ ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି

Hot this week

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

Related Articles

Popular Categories