www.samajalive.in
Monday, December 15, 2025
16.1 C
Bhubaneswar

କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ପରେ  ଓଡିଶା-ଆନ୍ଧ୍ର ସୀମାନ୍ତ ସିଲ

ଗୁଣପୁର: ପଡୋଶୀ ଆନ୍ଧ୍ର ଓ ତେଲଙ୍ଗାନାରେ ଦେଖାଦେଇଥିବା ମହାମାରୀ କରୋନାର ନୂଆ ଷ୍ଟ୍ରେନ ଆହୁରି ମାରାତ୍ମକ ହୋଇଥିବା ନେଇ ଖବର ଜଣାପଡିବା ପରେ କରୋନା ସଂକ୍ରମଣ ଆହୁରି ବ୍ୟାପିବା ଆଶଙ୍କା କରି ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ୱତନ୍ତ୍ର ରିଲିଫ କମିଶନର ଜିଲାବାସୀଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ରାୟଗଡ ଜିଲାପାଳ ସରୋଜ କୁମାର ମିଶ୍ରଙ୍କ  ଓଡିଶା-ଆନ୍ଧ୍ର ସୀମାନ୍ତ ରାୟଗଡ ଜିଲ୍ଳାର ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥ ଓ ସ୍ଥାନୀୟ ରାସ୍ତାରେ ବୋର୍ଡର ଚେକ୍ ପଏଣ୍ଟ ନିର୍ମାଣ ପାଇଁ ନିର୍ଦେଶ ଜାରି କରିଛନ୍ତି। ଆନ୍ଧ୍ର ଓ ତେଲଙ୍ଗାନା ରାଜ୍ୟରୁ ଅବାଧରେ ପ୍ରବେଶ କରୁଥିବା ଲୋକଙ୍କୁ କଡାକଡି ଯାଞ୍ଚ କରିବା ସହ ସେମାନଙ୍କ ଟିକାକରଣ ପଞ୍ଜୀକରଣ ତଥ୍ୟ ଯାଞ୍ଚ କରାଯିବା ସହ ସେମାନେ ୧୪ଦିନିଆ କ୍ବାରେଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ ବୋଲି ଜିଲାପାଳ  ନିର୍ଦ୍ଦେଶ ଦେଇଛନ୍ତି ।   ଏଥିପାଇଁ  ରାୟଗଡ ଜିଲାର ଆନ୍ଧ୍ର ସୀମା ଗୁଣପୁର ବ୍ଳକର ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ସଦର ପଞ୍ଚାୟତର ଜାଗିଲ ସାହି, ଗୋଠଳପଦରର ଜାଗୁରିଗୁଡା,ମୋରାମା ପଞ୍ଚାୟତର ଜାଗୁରିଗୁଡା, କୋତାଗୁଡା ଓ ଗୋମୁଗୁଡା ସହିତ ରାମନାଗୁଡା ବ୍ଳକର କାଟିକି ଠାରେ ପୂର୍ବରୁ ଥିବା ବୋର୍ଡର ଚେକ୍ ପଏଣ୍ଟକୁ ସ୍ଥାନାନ୍ତରିତ କରାଯାଇ ଗୁୁଗୁପାଡୁ ପଞ୍ଚାୟତର ସୁଲୁଡି ଛକ ଓ ଆଡମଗୁଡା ଛକରେ  ଚେକ ପଏଣ୍ଟ ଆଜି ଠାରୁ ନିର୍ମାଣ କରି କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

 

ସେହିପରି ରାୟଗଡ ଓ ଗୁଣପୁର ଉପଜିଲ୍ଳାପାଳଙ୍କୁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କୁ ସେଠାରେ ନିୟୋଜିତ ପାଇଁ ନିର୍ଦେଶ ରହିଥିବା ବେଳେ ଚେକ ପଏଣ୍ଟ ଗୁଡିକରେ ଉପଯୁକ୍ତ ଯାଞ୍ଚ ବ୍ୟବସ୍ଥା ପାଇଁ ପୋଲିସ ସୁରକ୍ଷା କର୍ମୀ ମୁତୟନ କରିବା ପାଇଁ ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ କରିଛନ୍ତି । ସେହିପରି ଆନ୍ଧ୍ର-ତେଲଙ୍ଗାନାରୁ ନିଜ ତଥା ଭଡାସୂତ୍ରରେ ଆଣିଥିବା ଯେକୈାଣସି ଦୁଇରୁ ଚାରି ଚକିଆ ଗାଡି ଅଥବା ଟ୍ରେନ ଓ ଅନ୍ୟ କୈାଣସି ସୁବିଧାରେ ରାୟଗଡ ଜିଲ୍ଳାକୁ ପ୍ରବେଶ କରିଥିବା ଲୋକେ ସ୍ଥାନୀୟ ବିଡିଓ ତଥା ପୌରାଞ୍ଚଳ ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ପରିଚାଳିତ କ୍ଳଷ୍ଟର ଟିଏମସିରେ ୧୪ଦିନିଆ କ୍ୱାରେନଟାଇନ୍ ବାଧ୍ୟତାମୂଳକ ବୋଲି ନିର୍ଦେଶ ଜାରି କରିଛନ୍ତି। ଏଥିସହ ସରପଞ୍ଚ,ୱାର୍ଡସଭ୍ୟ ଭଳି ଜନପ୍ରତିନିଧିମାନେ ସ୍ଥାନୀୟ ଅଞ୍ଚଳରେ ସଚେତନତା ସୃଷ୍ଟି କରିବା ସହ ଆନ୍ଧ୍ର-ତେଲଙ୍ଗାନାରୁ ଆସି ଆନୁଷ୍ଠାନିକ କ୍ୱାରେନଟାଇନରେ ନ ଥିଲେ ତୁରନ୍ତ ସ୍ଥାନୀୟ ବିଡିଓ,ପୋଲିସ ଥାନା ତଥା ସ୍ଥାନୀୟ ଅଧିକାରୀଙ୍କୁ ଅବଗତ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ସେହିପରି ଓଡିଶାକୁ ପ୍ରବେଶ କରିବାକୁ ଥିଲେ ଦୁଇଦିନ ପୂର୍ବରୁ ଆରଟିପିସିଆର ପରୀକ୍ଷାର ନେଗେଟିଭ୍ ରିପୋର୍ଟ ସହ କରୋନା ପ୍ରତିଷେଧକ ଦୁଇଟି ଡୋଜ୍ ଟୀକାକରଣ ନେଇଥିବାର ତଥ୍ୟ ପ୍ରଦାନ କରିବା ସହ ୭ଦିନିଆ କ୍ବାରେଣ୍ଟାଇନ୍ରେ ରହିବା ବାଧ୍ୟତାମୂଳକ ବୋଲି ଚିଠିରେ ନିର୍ଦ୍ଦେଶ ଜାରି କରାଯାଇଛି ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories