www.samajalive.in
Sunday, December 7, 2025
26.1 C
Bhubaneswar

ଓଡ଼ିଶା କ୍ରିକେଟ୍‌ର ବିଭିନ୍ନ ବର୍ଗର ପ୍ରଶିକ୍ଷକ ନିଯୁକ୍ତ: ଜାଫର ମୁଖ୍ୟ ପ୍ରଶିକ୍ଷକ; ରଶ୍ମିରଞ୍ଜନ ଜୁନିୟର ମୁଖ୍ୟ ପ୍ରଶିକ୍ଷକ

କଟକ : ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ପକ୍ଷରୁ ୨୦୨୧-୨୨ କ୍ରିକେଟ ଋତୁ ଲାଗି ବିଭିନ୍ନ ବର୍ଗର ପ୍ରଶିକ୍ଷକ ରବିବାର ନିଯୁକ୍ତି କରାଯାଇଛି। ୱାସିମ ଜାଫର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ବ ନିର୍ବାହ କରିବେ। ରଣଜୀ ଦଳର ବୋଲିଂ ପ୍ରଶିକ୍ଷକ ଭାବେ ପୂର୍ବତନ ସ୍ପିନର ସଞ୍ଜୟ ଶତପଥୀ ଓ ଗୌତମ ଗୋପାଳ ଫିଲ୍‌ଡିଂ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ନଟରାଜ ବେହେରା ୨୩ ବର୍ଷରୁ କମ୍‌ ଦଳର ବ୍ୟାଟିଂ ଓ ରାକେଶ ମହାନ୍ତି ବୋଲିଂ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ୧୯, ୧୬ ଓ ୧୪ ବର୍ଷରୁ କମ୍‌ ବର୍ଗର ମୁଖ୍ୟ ପ୍ରଶିକ୍ଷକ ଭାବେ ରଶ୍ମିରଞ୍ଜନ ପରିଡ଼ା ଦାୟିତ୍ବ ତୁଲାଇବେ। ୧୯ ବର୍ଷରୁ କମ୍‌ ଦଳର ବ୍ୟାଟିଂ ପ୍ରଶିକ୍ଷପ ଭା‌େ‌ବ ରଶ୍ମିରଞ୍ଜନ ଦାସ ଓ ଶୋଭନ ଦେବ୍‌ ବୋଲିଂ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। କେ.ଭି ପ୍ରସାଦ ୧୬ ବର୍ଷରୁ କମ୍‌ ଦଳର ବ୍ୟାଟିଂ ଓ ଦୀପକ ବେହେରା ବୋଲିଂ ପ୍ରଶିକ୍ଷକ ଦାୟିତ୍ବ ତୁଲଇବେ। ସୁରେଶ କୁମାର ସିନିୟର ମହିଳା ଦଳର ପ୍ରଶିକ୍ଷକ ରହିଥିବା ବେଳେ ବିକାଶ ପତି ବ୍ୟାଟିଂ ପ୍ରଶିକ୍ଷକ, ୨୩ ବର୍ଷରୁ କମ୍‌ ମହିଳା ଦଳର ପ୍ରଶିକ୍ଷକ ଭାବେ ଇତିଶ୍ରୀ ପଟ୍ଟନାୟକ, ୧୯ ବର୍ଷରୁ କମ୍‌ ମହିଳା ଦଳର ପ୍ରଶିକ୍ଷକ ଭାବେ କାଦମ୍ବିନୀ ମହାକୁଡ ଓ ସହ ପ୍ରଶିକ୍ଷକ ଭାବେ ଗଙ୍ଗୋତ୍ରୀ ବେହେରା ନିଯୁକ୍ତ ହୋଇଛନ୍ତି।
ପ୍ରଶିକ୍ଷକମାନଙ୍କ ତାଲିକା
ମୁଖ୍ୟ ପ୍ରଶିକ୍ଷକ: ୱାସିମ ଜାଫର।
ରଣଜୀ ବୋଲିଂ ପ୍ରଶିକ୍ଷକ : ସଞ୍ଜୟ ଶତପଥୀ, ଫିଲ୍‌ଡିଂ ପ୍ରଶିକ୍ଷକ: ଗୌତମ ଗୋପାଳ।
୨୩ ବର୍ଷରୁ କମ୍‌ ଦଳର ବ୍ୟାଟିଂ ପ୍ରଶିକ୍ଷକ : ନଟରାଜ ବେହେରା, ବୋଲିଂ ପ୍ରଶିକ୍ଷକ: ରାକେଶ ମହାନ୍ତି।
୧୯, ୧୬ ଓ ୧୪ ବର୍ଷରୁ କମ୍‌ ମୁଖ୍ୟ ପ୍ରଶିକ୍ଷକ: ରଶ୍ମିରଞ୍ଜନ ପରିଡ଼ା
୧୯ ବର୍ଷରୁ କମ୍‌ ବ୍ୟାଟିଂ ପ୍ରଶିକ୍ଷକ: ରଶ୍ମିରଞ୍ଜନ ଦାସ, ବୋଲିଂ ପ୍ରଶିକ୍ଷକ: ଶୋଭନ ଦେବ୍‌।
୧୬ ବର୍ଷରୁ କମ୍‌ ବ୍ୟାଟିଂ ପ୍ରଶିକ୍ଷକ: କେ.ଭି ପ୍ରସାଦ, ବୋଲିଂ ପ୍ରଶିକ୍ଷକ: ଦୀପକ ବେହେରା।
ସିନିୟର ମହିଳା ମୁଖ୍ୟ ପ୍ରଶିକ୍ଷକ: ସୁରେଶ କୁମାର, ବ୍ୟାଟିଂ ପ୍ରଶିକ୍ଷକ: ବିକାଶ ପତି।
୨୩ ବର୍ଷରୁ କମ୍‌ ମହିଳା ପ୍ରଶିକ୍ଷକ: ଇତିଶ୍ରୀ ପଟ୍ଟନାୟକ।
୧୯ ବର୍ଷରୁ କମ୍‌ ମହିଳା: କାଦମ୍ବିନୀ ମହାକୁଡ଼ (ପ୍ରଶିକ୍ଷକ), ଗଙ୍ଗୋତ୍ରୀ ବେହେରା (ସହ ପ୍ରଶିକ୍ଷକ)।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories