www.samajalive.in
Sunday, December 7, 2025
23.1 C
Bhubaneswar

କୁମାରୀ ମାତୃତ୍ବ; ପୁଣି ଶିଶୁକନ୍ୟାକୁ ଜନ୍ମ ଦେଲେ ନାବାଳିକା

ଯାଜପୁର : କନ୍ଧମାଳର ଜଣେ ୮ମ ଶ୍ରେଣୀ ଛାତ୍ରୀ କନ୍ୟା ସନ୍ତାନ ଜନ୍ମ ଦେବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ସେହିଭଳି ଅନୁରୂପ ଘଟଣା ଯାଜପୁରରେ ଘଟିଛି । ୧୪ ବର୍ଷର ଜଣେ ନାବାଳିକା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଏହି ଘଟଣା ଯାଜପୁର ଦାନଗଦି ବ୍ଲକ କଳିଙ୍ଗ ନଗର ବଘୁଆପାଳ ଗ୍ରାମରେ ଘଟିଛି ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ରେଲୱେ ବିଭାଗରେ ଠିକାଦାର ଭାବେ କାମ କରୁଥିବା ପିଣ୍ଟୁ ଜେନା ଗ୍ରାମରେ ପାଣିର ଅଭାବ ଥିବାରୁ ନାବାଳିକାକୁ ପାଣି ଯୋଗାଇବା ପାଇଁ ନିୟୋଜିତ କରିଥିଲା । ସେଥିପାଇଁ ତାକୁ ମାସକୁ ୧୦୦୦ଟଙ୍କା ଲେଖାଏଁ ଦେଉଥିଲା। ପରବର୍ତ୍ତୀ ସମୟରେ ପିଣ୍ଟୁ ଉକ୍ତ ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିଲା । ଏକଥା କାହାରିକୁ ନ କହିବା ପାଇଁ ମଧ୍ୟ ପିଣ୍ଟୁ ଧମକ ଦେଇଥିଲା । ପୀଡିତା ଜଣଙ୍କ ଏ ବିଷୟରେ କାହାକୁ କିଛି ନକହି ଚୁପ୍ ରହିଥିଲା। ଯେତେବେଳେ ସେ ୫ ମାସର ଗର୍ଭବତୀ ହୋଇଯାଇଥିଲେ ସେହି ଗାଁର ଆଶା ଦିଦି କୌଣସିମତେ ଜାଣିପାରି ତାକୁ ପଚାରି ଥିଲେ । ପରେ ଆଶା ଦିଦି ପାଖରେ ନାବାଳିକା ଜଣଙ୍କ ସବୁ କଥା କହିଥିଲା । ଆଶା ଦିଦିଙ୍କ ଠାରୁ ଏବିଷୟରେ ଜାଣିବା ପରେ ପୀଡିତାଙ୍କ ପରିବାର ଲୋକେ କଳିଙ୍ଗ ନଗର ଥାନାରେ ଅଭିଯୋଗ କରିଥିଲେ ।

- Advertisement -

ଗତକାଲି ନାବାଳିକା ଜଣଙ୍କ କଳିଙ୍ଗ ନଗର ପୁଲିସ ଓ ତା ବାପାଙ୍କ ସହ ଯାଜପୁର ଜିଲ୍ଲା କୋର୍ଟକୁ ଆସିଥିଲେ । ଫେରିବା ସମୟରେ ବାଟରେ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ନାବାଳିକାକୁ ଦାନଗଦି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ପୀଡିତା ଏକ ଶିଶୁ କନ୍ୟାଜନ୍ମକୁ ଦେଇଥିଲା। ସମୟ ପୂର୍ବରୁ ପିଲା ଜନ୍ମ ହେବା ଓ ଶିଶୁର ଓଜନ କମ ହୋଇଥିବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରଯାଇଥିଲା । ଉଭୟ ମା ଓ ଶିଶୁ ସୁସ୍ଥ ଥିବା ବୋଲି ସୂଚନା ମିଳିଛି । ବର୍ତ୍ତମାନ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ଏହି ସମ୍ବେଦନଶୀଳ ଘଟଣାକୁ କଳିଙ୍ଗ ନଗର ପୁଲିସ ତଦନ୍ତ କରୁଛି । ଅନ୍ୟ ପକ୍ଷରେ ଶିଶୁ କଲ୍ୟାଣ ବିଭାଗ ଓ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଘଟଣାକୁ ଗୁରୁତର ସହ ନେଇ ଘଟଣାସ୍ଥଳରେ ପହଞ୍ଚି ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛନ୍ତି । ଏହା ସହ ସମସ୍ତ ପ୍ରକାର ଆଇନଗତ ସହଯୋଗ ଓ ସୁରକ୍ଷା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories