www.samajalive.in
Sunday, December 7, 2025
13.1 C
Bhubaneswar

ସେଲଫି ଦୁର୍ଘଟଣାରୁ ବଞ୍ଚାଇବ ଏହି ଆପ

ନୂଆଦିଲ୍ଲୀ : ସେଲଫି ନେବା ସମୟରେ ଅଧିକାଂଶ ବ୍ୟକ୍ତି ମୃତ୍ୟୁ ବରଣ କରୁଥିବା କିମ୍ବା ଦୁର୍ଘଟଣାର ଶିକାର ହେଉଥିବା ଦେଖାଯାଉଛି। କିନ୍ତୁ ଏବେ ଏମିତି ଏକ ଆପ ଆସିଛି ଯାହା ସାହାର୍ଯ୍ୟରେ ଆପଣ ସେଲଫି ନେବା ସମୟରେ ହେବାକୁ ଥିବା ଦୁର୍ଘଟଣାରୁ ରକ୍ଷା ପାଇପାରିବେ। ଏହି ଆପ ଆପଣଙ୍କୁ ସେଲଫି ନେବା ସମୟରେ ହେବାକୁଥିବା ବିପଦ ବିଷୟରେ ଆଗୁଆ ସୂଚନା ଦେଇଦେବ। ଇନ୍ଦ୍ରପ୍ରସ୍ତ ଇନଷ୍ଟିଟ୍ୟୁଟ ଅଫ ଇନଫରମେସନ୍‍ ଟେକ୍ନୋଲୋଜି ‘ସେପ୍ଟି’ ନାମକ ଏହି ନୂଆ ଆପ୍‍ ଆଣିଛି।
ଏହି ଆପ୍‍ ନିର୍ମାଣକାରୀ ଦଳର ମୁଖ୍ୟ ପ୍ରୋ. ପି କୁମାରଗୁରୁ କହିଛନ୍ତି, ଏହି ଆପ ସେଲଫି ନେବା ସମୟରେ ଘଟୁଥିବା ବିପଦରୁ ରକ୍ଷା କରିବାର ଏକ ପ୍ରୟାସ। ସେ କହିଛନ୍ତି ଏହି ଆପ ବିନାଇଣ୍ଟରନେଟରେ ମଧ୍ୟ କାମ କରିବ। ତେବେ ଆସନ୍ତୁ ଜାଣିବା କିଭଳି ଭାବେ ସର୍ତ୍ତକ କରାଇବ ଏହି ଆପ। ଉଦାହରଣ ସ୍ୱରୂପ- ସେଲଫି ନେବା ସମୟରେ ଯଦି ଆପଣ ରେଲୱେ ଲାଇନ ପାଖରେ ଅଛନ୍ତି, ଜଳାସୟ ପାଖରେ ଅଛନ୍ତି କିମ୍ବା ଆପଣଙ୍କ ପଛରେ ଏକ ଭୟଙ୍କର ଜନ୍ତୁ ଆସୁଥାଏ। ଏହି ଆପ ଆପଣଙ୍କୁ ସେ ବାବଦରେ ଆଗୁଆ ସୂଚନ ଦେଇଦେବ। ଆପଣଙ୍କ ପାଖକୁ ତତ୍‍କ୍ଷଣାତ ଏକ ନୋଟିଫିକେସନ ପଳାଇ ଆସିବ ଯେ ଆପଣ ବିପଦ ସ୍ଥାନରେ ଛିଡା ହୋଇଛନ୍ତି ବୋଲି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories