www.samajalive.in
Sunday, December 7, 2025
26.1 C
Bhubaneswar

ପୂଜା ଘରେ ଏହି ଭୁଲ୍‌‌ କରୁଥିଲେ ସାବଧାନ..

ହିନ୍ଦୁ ଧର୍ମରେ ଅନେକ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଏ। ଘରେ ପୂଜା କରିବା ସମୟରେ ନିଶ୍ଚୟ ଧ୍ୟାନ ଦେବା ଉଚିତ୍‌‌ ଯେ ଦେବାଦେବୀଙ୍କ କେଉଁ ସ୍ୱରୂପକୁ ପୂଜା କରୁଛନ୍ତି। ଏହା ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ। ସନାତନ ଧର୍ମ ଅନୁଯାୟୀ, ପୂଜା ଘରେ ଦେବାଦେବୀଙ୍କୁ ସ୍ଥାପନ କରିବା ସହ କିଛି ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଜରୁରୀ। କିଛି ଦେବାଦେବୀଙ୍କ ମୂର୍ତ୍ତିକୁ ଘରେ ସ୍ଥାପନ କରିବା ଉଚିତ୍‌‌ ନୁହେଁ। ଜାଣନ୍ତୁ ପୂଜା ଘରେ ଠାକୁରଙ୍କ କେଉଁ ମୂର୍ତ୍ତି ରଖିବେ ନାହିଁ..
ଘରେ ପୂଜା ଘର ସର୍ବଦା ଐଶାନ୍ୟ କୋଣ ଅର୍ଥାତ ଉତ୍ତର-ପୂର୍ବ ଦିଗରେ ହେବା ଉଚିତ। ଏହି ଦିଗରେ ସବୁଠାରୁ ଅଧିକ ସକରାତ୍ମକ ଶକ୍ତି ରହିଥାଏ। ପୂଜା ଘରେ ଖଣ୍ଡିତ ମୂର୍ତ୍ତି କିମ୍ବା କୌଣସି ଭଙ୍ଗାରୁଜା ଜିନିଷ ରଖନ୍ତୁ ନାହିଁ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଦାପି ରୁଦ୍ର ମୁଦ୍ରାରେ ଦେବୀ ଦେବତାଙ୍କ ମୂର୍ତ୍ତି ଘରେ କିମ୍ବା ପୂଜା ଘରେ ରଖନ୍ତୁ ନାହିଁ। ପୂଜା ଘରେ ସର୍ବଦା ସକରାତ୍ମକ ଶକ୍ତି ରହିଥାଏ। ସେହିପରି ପ୍ଲାଷ୍ଟର ଅଫ୍‌‌ ପ୍ୟାରିସ୍‌‌ରେ ତିଆରି ହୋଇଥିବା ମୂର୍ତ୍ତି ମଧ୍ୟ ରଖିବା ଉଚିତ ନୁହେଁ। ପ୍ଲାଷ୍ଟିକ୍‌‌ରେ ତିଆରି ହୋଇଥିବା ମୂର୍ତ୍ତି ମଧ୍ୟ ରଖନ୍ତୁ ନାହିଁ।
ପୂଜା ଘରେ ସର୍ବଦା ଚାନ୍ଦି, ପିତ୍ତଳ, ସୁନା କିମ୍ବା ମାଟିର ମୂର୍ତ୍ତି ରଖିବା ପାଇଁ ଚେଷ୍ଟା କରନ୍ତୁ। ନଚେତ୍‌‌ ପୂଜା ଘରେ ଠାକୁରଙ୍କ ଫଟୋ ମଧ୍ୟ ରଖି ପାରିବେ।
ଘରେ ପ୍ରଭୁ ଗଣେଶଙ୍କ ଗୋଟିଏ ହିଁ ମୂର୍ତ୍ତି ରଖନ୍ତୁ। ମା’ଲକ୍ଷ୍ମୀଙ୍କୁ ବାମ ପଟେ ଓ ସରସ୍ୱତୀଙ୍କୁ ମା’ଲକ୍ଷ୍ମୀଙ୍କ ଡାହାଣ ପଟେ ରଖନ୍ତୁ। ପୂଜା ଘରେ ଗଣେଶଙ୍କ ଖଣ୍ଡିତ ମୂର୍ତ୍ତି ଆଦୌ ରଖନ୍ତୁ ନାହିଁ। ନୃତ୍ୟ ଅବସ୍ଥାରେ ଥିବା ମୂର୍ତ୍ତି ମଧ୍ୟ ରଖନ୍ତୁ ନାହିଁ।
ଘରେ କଦାପି ଶିବଲିଙ୍ଗ ରଖନ୍ତୁ ନାହିଁ। ପ୍ରଭୁ ଶିବଙ୍କର ରୁଦ୍ର କିମ୍ବା କ୍ରୋଧ ରୂପର ମୂର୍ତ୍ତି ମଧ୍ୟ ରଖନ୍ତୁ ନାହିଁ। ଘରେ ସର୍ବଦା ପ୍ରଭୁ ଶିବଙ୍କ ପରିବାର ଫଟୋ ରଖନ୍ତୁ।
ମା’ ଦୁର୍ଗାଙ୍କ ମହିଷା ମର୍ଦ୍ଦିନୀ ସ୍ୱରୂପ କିମ୍ବା କ୍ରୋଧ ସ୍ୱରୂପର ମୂର୍ତ୍ତି କିମ୍ବା ଫଟୋ ରଖନ୍ତୁ ନାହିଁ।
ମା’ଙ୍କ ଶାନ୍ତି ରୂପର ଫଟୋ ଘରେ ରଖିପାରିବେ। ଫଟୋରେ ସିଂହର ପାଟି ବନ୍ଦ ଥିବ ଯେପରି ତାହା ମଧ୍ୟ ଧ୍ୟାନ ଦେବେ।
ମା’ ଲକ୍ଷ୍ମୀଙ୍କ ସର୍ବଦା ବସିଥିବା ଅବସ୍ଥାରେ ଥିବା ମୂର୍ତ୍ତି କିମ୍ବା ଫଟୋ ରଖନ୍ତୁ।
ଶନି, ରାହୁ, କେତୁ ଆଦି ଗ୍ରହଙ୍କ ମୂର୍ତ୍ତି କିମ୍ବା ଫଟୋ ପୂଜା ଘରେ ରଖନ୍ତୁ ନାହିଁ।
ପ୍ରଭୁ ବ୍ରହ୍ମାଙ୍କ ମୂର୍ତ୍ତି ମଧ୍ୟ ଘରେ ରଖିବା ଉଚିତ ନୁହେଁ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories