www.samajalive.in
Friday, December 12, 2025
14.1 C
Bhubaneswar

ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ନେଦରଲାଣ୍ଡ୍‌ସକୁ ଯୋଗ୍ୟତା

ଦୁବାଇ : ଅଷ୍ଟ୍ରେଲିଆରେ ୨୦୨୦ରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ନେଦରଲାଣ୍ଡ୍‌ସ। ୟୁଏଇରେ ଏବେ ଖେଳା ଯାଉଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଞ୍ଚି ନେଦରଲାଣ୍ଡ୍‌ସ ଏହି କୃତିତ୍ବ ହାସଲ କରିଛି। ମଙ୍ଗଳବାର ତା’ର ଅନ୍ତିମ ଲିଗ୍ ମ୍ୟାଚ୍‌ରେ ଆୟୋଜକ ୟୁଏଇକୁ ସହଜରେ ୮ ୱିକେଟରେ ହରାଇ ନେଦରଲାଣ୍ଡ୍‌ସ ଏହି କୃତିତ୍ବ ହାସଲ କରିଛି। ନେଦରଲାଣ୍ଡସ ୬ଟି ମ୍ୟାଚ୍‌ରୁ ୫ଟି ଜିତି ୧୦ ପଏଣ୍ଟ ସହ ଗ୍ରୁପ୍‌ର ୨ୟ ସ୍ଥାନରେ ରହିଛି। ଏହି ଗ୍ରୁପ୍‌ରୁ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପହଞ୍ଚି ପାପୁଆ ନ୍ୟୁ ଗିନି ବିଶ୍ବକପ୍ ଯୋଗ୍ୟତା ଅର୍ଜନ କରିସାରିଛି।
ମଙ୍ଗଳବାର ମ୍ୟାଚ୍‌ରେ ନେଦରଲାଣ୍ଡସ ବୋଲର ଘାତକ ବୋଲିଂ କରିବାରୁ ୟୁଏଇ ୨୦ ଓଭର ଶେ​‌ଷରେ ୯ ୱିକେଟରେ ୮୦ ରନ୍ କରିଥିଲା। ପରେ ୧୫.୧ ଓଭରରେ ୨ ୱିକେଟ ହରାଇ ନେଦରଲାଣ୍ଡସ ବିଜୟୀ ହୋଇଥିଲା। ନଭେମ୍ବର ୧ରେ ଆୟରଲାଣ୍ଡ ବିପକ୍ଷରେ ନେଦରଲାଣ୍ଡସ ସେମିଫାଇନାଲ ଖେଳିବ। ପ୍ରଥମେ ବ୍ୟାଟିଂକରି ୟୁଏଇ ମାତ୍ର ୯ ରନ୍‌ରେ ୫ଟି ୱିକେଟ ହରାଇଥିଲା। ପରେ ୱାହିଦ୍ ଅହମ୍ମଦ ୧୯, ମହମ୍ମଦ ବୁଟା ୧୬ ଓ ଅଧିନାୟକ ଅହମ୍ମଦ ରାଜା ୨୨ ରନ୍‌ କରିବାରୁ ୟୁଏଇ ୮୦ ରନ୍‌ରେ ପହଞ୍ଚି ପାରିଥିଲା। ନେଦରଲାଣ୍ଡସର ବ୍ଲାଣ୍ଡନ୍ ଗ୍ରୋଭର ୪ଟି ଏବଂ ପର୍ ଭାନ୍ ମିକେରେନ୍ ଓ ଟିମ୍ ଭାନ୍ ଡର୍ ଗଗ୍‌ଟେନ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ। ପରେ ନେଦରଲାଣ୍ଡସ ପାଇଁ ଓପ୍‌ନର ବେନ୍‌ କୁପର ଅପରାଜିତ ୪୩ ଓ କଲିନ୍ ଆକରମ୍ୟାନ୍ ୧୮ ରନ୍‌କରି ଦଳକୁ ଜିତାଇଥିଲେ। ବ୍ଲାଣ୍ଡନ୍ ଗ୍ରୋଭର ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories