ବେଜିଂ : ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଉତ୍ତରାଧିକାରୀ କିଏ ହେବେ ସେ ନିଷ୍ପତ୍ତି ଚୀନ୍ ନେବ। ପରବର୍ତ୍ତୀ ଦଲାଇ ଲାମାଙ୍କ ମନୋନୟନ ପ୍ରକ୍ରିୟାରେ ଚୀନ୍ ସରକାର ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ନିଜେ ଦଲାଇଲାମା ସୋମବାର ଅରୁଣାଚଳ ପ୍ରଦେଶର ତୱାଙ୍ଗଠାରେ ଯେଉଁ ମନ୍ତବ୍ୟ ଦେଇଥିଲେ ତାହାକୁ ଖଣ୍ଡନ ପୂର୍ବକ ଚୀନ୍ର ସରକାରୀ ସମର୍ଥକ ବିଶେଷଜ୍ଞମାନେ ଏଭଳି ମତ ଦେଇଛନ୍ତି। ଦଲାଇ ଲାମାଙ୍କ ଉତ୍ତରାଧିକାରୀ ବାଛିବାରେ ମଧ୍ୟ ସରକାରଙ୍କ କ୍ଷମତା ରହିଛି ବୋଲି କହିଛନ୍ତି ସାଙ୍ଘାଇ ବିଶ୍ବବିଦ୍ୟାଳୟର ଦକ୍ଷିଣ-ଏସୀୟ ଅଧ୍ୟୟନ କେନ୍ଦ୍ରର ଉପ-ନିର୍ଦେଶକ ୱାଙ୍ଗ ଦେହୁଆ। ଚୀନ୍ ସରକାରଙ୍କ ଦ୍ବାରା ପ୍ରଣୀତ ନିୟମ ଓ ତିବ୍ବତୀୟଙ୍କ ମତ ଅନୁସାରେ ପରବର୍ତ୍ତୀ ଦଲାଇ ଲାମା ବଛାଯିବ।
‘ଦଲାଇଲାମାଙ୍କ ଉତ୍ତରାଧିକାରୀ ବାଛିବେ ଚୀନ୍ ସରକାର’
Popular Categories



