www.samajalive.in
Friday, December 12, 2025
14.1 C
Bhubaneswar

ଉତ୍ସବ ବେଳେ ପଡ଼ିଯାଇଥିବା ମହିଳା ପୁଲିସଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆୟୋଜିତ ଜାତୀୟ ସିଆରଏସ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ବେଳେ ଅସୁସ୍ଥ ହୋଇପଡିଥିବା ଜଣେ ମହିଳା ପୁଲିସଙ୍କ ସ୍ବସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ଗାନ ସମୟରେ ମଞ୍ଚ ଆଗରେ ମୁତୟନ ଏହି ମହିଳା ପୁଲିସଙ୍କର ମୁଣ୍ଡବୁଲାଇଥିଲା। ଫଳରେ ସେ ଚଟଣାରେ ବସି ପଡିଥିଲେ। ଜାତୀୟ ସଙ୍ଗୀତ ଗାନ ଶେଷ ହେବା ପରେ ରାଷ୍ଟ୍ରପତି କୋବିନ୍ଦ, ନିର୍ମଳା ସୀତାରମଣ, କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଓ ନିଜର ସୁରକ୍ଷାକର୍ମୀଙ୍କ ସହିତ ମଞ୍ଚରୁ ତଳକୁ ଆସିଥିଲେ। ସେ ସମ୍ପୃକ୍ତ ମହିଳା ପୁଲିସଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ସେ ସୁସ୍ଥ ଅନୁଭବ କରୁଥିବା ଜାଣିବା ପରେ ରାଷ୍ଟ୍ରପତି ଓ ଅନ୍ୟମାନେ ମଞ୍ଚ ଉପରକୁ ଫେରିଯାଇଥିଲେ। ଅନୁରାଗ ଠାକୁର ତାଙ୍କୁ ଏକ ପାଣି ବୋତଲ ଦେଇଥିଲେ। ତେବେ ଗୋଇଠି ମୋଡି ହୋଇଯିବା କାରଣରୁ ମହିଳା ପୁଲିସ ଜଣଙ୍କ ତଳେ ପଡିଯାଇଥିବା ଜଣାପଡିଥିଲା। ରାଷ୍ଟ୍ରପତିଙ୍କ ଏଭଳି ସହୃଦୟତା ଦେଖି ଉପସ୍ଥିତ ସଦଜନମାନେ ଖୁବ ପ୍ରଶଂସା କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories