www.samajalive.in
Friday, December 12, 2025
14.1 C
Bhubaneswar

ଦିବାରାତ୍ର ଟେଷ୍ଟ: ୧.୩୦ରୁ ଆରମ୍ଭ; ଟିକଟ ମୂଲ୍ୟ ୫୦ ଟଙ୍କା

କଲକାତା : କଲକାତାର ଇଡେନ୍‌ ଗାର୍ଡେନସରେ ଘରୋଇ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ୨ୟ ଟେଷ୍ଟମ୍ୟାଚ୍‌ ଦିବାରାତ୍ର ହେବ। ଏହି ମ୍ୟାଚ୍ ନଭେମ୍ବର ୨୨ରୁ ୨୬ ପର୍ଯ୍ୟନ୍ତ ଖେଳାଯିବ। ଫ୍ଲଡ୍‌ଲାଇଟ୍‌ ଓ ଗୋଲାପୀ ବଲ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଦର୍ଶକ ଯେପରି ଭରପୂର ଉପସ୍ଥିତ ରହନ୍ତି; ତା’ର ପ୍ରସ୍ତୁତି ଆୟୋଜକ କ୍ରିକେଟ ଆସୋସିଏସନ୍ ଅଫ୍ ବେଙ୍ଗଲ୍‌ (ସିଏବି) ଆରମ୍ଭ କରିଦେଇଛି। ଭାରତମାଟିରେ ଏବଂ ଭାରତୀୟ ଦଳ ପାଇଁ ଏହା ପ୍ରଥମ ଦିବାରାତ୍ର ଟେଷ୍ଟମ୍ୟାଚ୍ ହେବ। ଇଡେନ୍ ଗାର୍ଡେନ୍‌ସର କ୍ଷମତା ଏବେ ୬୮ ହଜାର। ମ୍ୟାଚ୍‌ର ସମସ୍ତ ଦିନ ଯେପରି ଗ୍ୟାଲେରୀ ଭର୍ତ୍ତି ରହେ; ତା’ପାଇଁ ସିଏବି ଏକ ଯୋଜନା କରିଛି।
ଦିବରାତ୍ର ଟେଷ୍ଟମ୍ୟାଚ୍ ସ୍ବାଭାବିକ ଭାବେ ଅପରାହ୍‌ଣ ୨.୩୦ରୁ ଆରମ୍ଭହେବା କଥା। ତେବେ ଦର୍ଶକଙ୍କ ସୁବିଧାକୁ ନଜରରେ ରଖି ମ୍ୟାଚ୍ ଅପରାହ୍‌ଣ ୧.୩୦ରୁ ଆରମ୍ଭ ହେବ ବୋଲି ସିଏବିର ସମ୍ପାଦକ ଅଭିଷେକ ଡାଲମିୟା କହିଛନ୍ତି। ଫଳରେ ମ୍ୟାଚ୍‌ରେ କାକରର ପ୍ରଭାବ କମ୍ ରହିବ। ପୁଣି ରାତି ୯ଟା ସୁଦ୍ଧା ମ୍ୟାଚ୍ ସମାପ୍ତ ହେଲେ ଦର୍ଶକ ସ୍ଥାନୀୟ ପରିବହନ ବ୍ୟବସ୍ଥା ମାଧ୍ୟମରେ ଘରକୁ ଫେରିପାରିବେ। ପୁଣି ଏହି ଟେଷ୍ଟମ୍ୟାଚ୍ ପାଇଁ ଟିକଟ ଦର କମ୍ ରଖିବାକୁ ମଧ୍ୟ ସିଏବି ନିଷ୍ପତ୍ତି ନେଇଛି। ବିଭିନ୍ନ ଗ୍ୟାଲେରୀ ପାଇଁ ଟିକଟର ଦଳ ୫୦, ୧୦୦ ଓ ୧୫୦ ଟଙ୍କା ରଖିବାକୁ ସିଏବି ନିଷ୍ପତ୍ତି ନେଇଛି। ପାରମ୍ପରିକ ଟେଷ୍ଟମ୍ୟାଚ୍ ଅପେକ୍ଷା ଦିବାରାତ୍ର ଟେଷ୍ଟମ୍ୟାଚ୍ ହୋଇଥିବାରୁ ଏଥିରେ ଅଧିକ ଦର୍ଶକ ଉପସ୍ଥିତ ହେବେ ବୋଲି ସିଏବି ଆଶାରଖିଛି। ତେ​‌େ​‌ବ ଏଠାରେ ପ୍ରଶ୍ନଉଠୁଛି ଯେ ଶକ୍ତିଶାଳୀ ଭାରତୀୟ ଦଳର ମୁକାବିଲା କ’ଣ ବାଂଲାଦେଶ କରିପାରିବ? ମ୍ୟାଚ୍ କ’ଣ ୫ମ ଦିନ ପର୍ଯ୍ୟନ୍ତ ଯିବ; ତାହା ପୁଣି ସାକିବ୍ ଅଲ୍‌ ହାସନ୍‌ଙ୍କ ଅନୁପସ୍ଥିତିରେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories