www.samajalive.in
Wednesday, December 10, 2025
16.1 C
Bhubaneswar

ବର୍ଷେବ୍ୟାପି ପାଳିତ ହେବ ନେତାଜୀ ଜୟନ୍ତୀ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‍ଙ୍କର ୧୨୫ତମ ଜୟନ୍ତୀ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏଥିପାଇଁ ଆଜି ଏକ ଗେଜେଟ୍‍ ବିଜ୍ଞପ୍ତି ଜାରି କରାଯାଇଛି। ସଂସ୍କୃତି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ନେତାଜୀଙ୍କ ଜୟନ୍ତୀ ବର୍ଷେ ପର୍ଯ୍ୟନ୍ତ ପାଳନ ସକାଶେ ଏହି ଉଚ୍ଚସ୍ତରୀୟ କମିଟି ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ନିଷ୍ପତ୍ତି
ଗ୍ରହଣ କରିବ। ଆସନ୍ତା ୨୩ ତାରିଖରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ବର୍ଷେବ୍ୟାପୀ ଜୟନ୍ତୀ ପାଳନ ଆରମ୍ଭ ହେବ।

କମିଟିର ସଦସ୍ୟମାନଙ୍କ ମଧ୍ୟରେ ଦେଶର ବହୁ ମାନ୍ୟଗଣ୍ୟ ନାଗରିକ, ଐତିହାସିକ, ଲେଖକ, ବିଶେଷଜ୍ଞ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‍ଙ୍କ ପରିବାରର ସଦସ୍ୟବୃନ୍ଦ ଓ ଆଜାଦ୍‍ ହିନ୍ଦ୍‍ ଫୌଜ୍‍ ସହ ଜଡ଼ିତ ପ୍ରଖ୍ୟାତ ନାଗରିକମାନେ ରହିଛନ୍ତି। ଦିଲ୍ଲୀ ଓ କୋଲ୍‍କାତା ସମେତ ନେତାଜୀ ଓ ଆଜାଦ୍‍ ହିନ୍ଦ୍‍ ଫୌଜ୍‍ ଜଡ଼ିତ ଥିବା ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ନେତାଜୀଙ୍କ ଜୟନ୍ତୀ ପାଳନ ପାଇଁ ଏହି କମିଟି ଯୋଜନାମାନ ପ୍ରସ୍ତୁତ କରିବ।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories