www.samajalive.in
Sunday, December 7, 2025
18.1 C
Bhubaneswar

ନିଜ ଶକ୍ତିସାମର୍ଥ୍ୟ ଉପରେ ବିଶ୍ୱାସ ଓ ଭରସା କର : ନେତାଜୀ ସୁଭାଷ ଚନ୍ଦ୍ର ବୋଷ

ମହାନ ଆତ୍ମା , ବିସ୍ମୟ ପ୍ରତିଭାବାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଏହି ମହାନ ବ୍ୟକ୍ତି ୨୩ ଜାନୁଆରୀ ୧୮୯୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ଓଡ଼ିଶାର କଟକ ଜିଲାରେ ଓଡ଼ିଆ ବଜାରରେ ଏକ ବଙ୍ଗାଳୀ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ପିତା ଜାନକୀନାଥ ବୋଷ ଜଣେ ସୁନାମଧନ୍ୟ ଓକିଲ ଥିଲେ ଓ ତାଙ୍କ ମାତାଙ୍କ ନାମ ପାର୍ବତୀ ଦେବୀ। ନେତାଜୀ ଖୁବ ବୁଦ୍ଧିମାନ ଥିଲେ। କଲିକତାର ପ୍ରେସିଡ଼େନସି କଲେଜରୁ ସେ ବି.ଏ ପାସ କରିଥିଲେ। ସେ ସ୍ୱାମୀ ବିବେକାନନ୍ଦଙ୍କ ନୀତିରେ ବହୁ ମାତ୍ରାରେ ଅନୁପ୍ରାଣିତ ହୋଇଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବା ନିମନ୍ତେ ଭାରତୀୟ ବେସାମରିକ ସେବାରୁ (ଇଣ୍ଡିଆନ ସିଭିଲ ସର୍ଭିସ୍‍) ପଦବୀରୁ ଇସ୍ତଫା ଦେଇ ଭାରତକୁ ଫେରି ଆସିଥିଲେ ଓ ଦେଶ ପାଇଁ କାରାଗାରକୁ ମଧ୍ୟ ଯାଇଥିଲେ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ଠାରୁ ସେ ଇଂରେଜମାନଙ୍କ ପ୍ରତି କୌଣସି ପ୍ରସ୍ତାବରେ ସମର୍ଥନ ଜଣାଇ ନ ଥିଲେ। ତାଙ୍କର ଏକ ଆହ୍ୱାନ ଥିଲା ‘ମତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି’ ଏହି ଧ୍ୱନୀକୁ ସେ ଦେଶ ବାସୀଙ୍କ ମଧ୍ୟରେ ରଚିଥିଲେ ଏକ ନୂତନ ଚେତନା। କାରାଗାରରେ ଥିବା ସମୟରେ ସେ ଅନଶନ ମଧ୍ୟ କରିଥିଲେ। ସେ ସ୍ୱାଧୀନତା ହାସଲ ପାଇଁ ‘ଆଜାନ୍ଦ ହିନ୍ଦ ଫୌଜ’ ଗଠନ କରିଥିଲେ । ଆଜାଦ ହିନ୍ଦ ଫୌଜ ଇଂରେଜଙ୍କ ସହ ଯୁଦ୍ଧ କରି ଅନେକ ଅଞ୍ଚଳକୁ ମୁକ୍ତ କରିଥିଲେ ।
ଏହିପରି ବିଭିନ୍ନ ସମୟରେ ବହୁବାର ଦେଶ ପାଇଁ ସେ କାରାବରଣ କରିଥିଲେ। ଭାରତୀୟ ଜାତୀୟ କଂଗ୍ରେସରେ ସେ ଚିତ୍ତରଞ୍ଜନ ଦାସଙ୍କ ତତ୍ତ୍ୱବଧାନରେ କାର୍ୟ୍ୟ କରିଥିଲେ। ଏହା ପରେ ସେ ୧୯୨୨ରେ ସ୍ୱରାଜ ପାର୍ଟିର ଗଠନ କରିଥିଲେ।
ଆଜାଦ୍‍ ହିନ୍ଦ ଫୌଜ୍‍ର ଗଠନ କରି ଇଂରେଜ ମାନଙ୍କ ସହ କଡ଼ା ଟକ୍କର ଦେଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ଵପୂର୍ଣ୍ଣ ଅବଦାନ ଦେଇଥିବା ନେତାଜୀଙ୍କ ସ୍ଳୋଗାନ ‘ତୁମେ ମତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି’ ସମସ୍ତ ଭାରତବାସୀ ତଥା ଯୁବପିଢିଙ୍କ ନିକଟରେ ବେଶ୍‌ ଆଦୃତି ଲାଭ କରିଥିଲା। ଲୋକଙ୍କ ମଧ୍ୟରେ ନେତାଜୀ ଭାରତର ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଭାବେ ପରିଚିତ ଥିଲେ। ତାଙ୍କ ଦ୍ୱାରା ଦିଆଯାଇଥିବା ଜୟ ହିନ୍ଦ୍‍, ଜୟ ଭାରତ ସ୍ଲୋଗାନ ଭାରତର ରାଷ୍ଟ୍ରୀୟ ସ୍ଲୋଗାନ ହୋଇଗଲା। ଦେଶକୁ ସ୍ୱାଧୀନ କରିବା ପାଇଁ ତାଙ୍କର ବେଶ ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା। ମାତ୍ର ଆଜି ମଧ୍ୟ ତାଙ୍କ ମୃତ୍ୟୁ ଲୋକଙ୍କ ପାଇଁ ଏକ ରହସ୍ୟ ହୋଇ ରହିଛି।
ନେତାଜୀଙ୍କ ଉଚ୍ଚକୋଟରୀର ବିଚାର……
– ସବୁଠାରୁ ବଡ଼ ଅପରାଧ ହେଉଛି ଅନ୍ୟାୟ ସହିବା ଓ ଭୁଲ ଜାଣି ମଧ୍ୟ ସମର୍ଥନ କରିବା।
– ଅତୀତକୁ କେନ୍ଦ୍ର କରି ବିଚାର କଲେ କେବେ ମଧ୍ୟ ବାସ୍ତବିକ ପରିବର୍ତ୍ତନ ହାସଲ ହୋଇପାରେ ନାହିଁ।
– ଯଦି ଜୀବନରେ କୌଣସି ସଂଘର୍ଷ ନ ଥାଏ, ଭୟର ସାମ୍ନା କରିବାକୁ ନ ପଡ଼େ, ତେବେ ଜୀବନର ଅଧା ସ୍ୱାଦ ହିଁ ସମାପ୍ତ ହୋଇଯାଏ। ଆମର କାମ କେବଳ କର୍ତ୍ତବ୍ୟ କରିବା। ଫଳ ଦେବା କାର୍ୟ୍ୟ ଭଗବାନଙ୍କର।
– ସଂଘର୍ଷ ମତେ ମଣିଷ କରିଛି, ମୋ ଭିତରେ ଆତ୍ମ ବିଶ୍ୱାସ ଉତ୍ପନ କରିଛି, ଯାହା ମୋ ନିକଟରେ ପୂର୍ବରୁ ନ ଥିଲା।
– ମୋ ନିକଟରେ ଏକ ଲକ୍ଷ୍ୟ ଅଛି, ଯାହାକୁ ମତେ ଯେକୌଣସି ପରିସ୍ଥିତିରେ ମଧ୍ୟ ପୂରଣ କରିବାକୁ ହେବ। ମୋ ଜନ୍ମ ସେଥିପାଇଁ ହିଁ ହୋଇଛି। ମୁଁ ନୈତିକ ବିଚାର ଧାରାରେ ଭାସିଯିବାକୁ ଚାହେଁ ନାହିଁ।
– ନିଜ ଶକ୍ତିସାମର୍ଥ୍ୟ ଉପରେ ବିଶ୍ୱାସ ଓ ଭରସା କର। ମାତ୍ର ଅନ୍ୟର ଶକ୍ତି ତୁମ ପାଇଁ କ୍ଷତିକାରକ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories