www.samajalive.in
Sunday, December 7, 2025
14.1 C
Bhubaneswar

ହିନ୍ଦୀ ଭାଷା ଉପରେ ପ୍ରତିବନ୍ଧକ ଲଗାଇବାକୁ ନେପାଳ ସଂସଦରେ ପ୍ରସ୍ତୁତି; ସାଂସଦଙ୍କ ବିରୋଧ

କାଠମାଣ୍ଡୁ: ନେପାଳ ଏବଂ ଚୀନ ମଧ୍ୟରେ ସମ୍ପର୍କ ଗଭୀର ହେବାରେ ଲାଗିଛି। ଏହାର ପ୍ରଭାବ ନେପାଳ ସରକାରଙ୍କ ଶାସନ ଉପରେ ମଧ୍ୟ ପଡ଼ୁଛି। ଏବେ ନେପାଳ ସରକାର ସଂସଦରେ ହିନ୍ଦୀ ଭାଷା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି କରୁଛନ୍ତି। ତେବେ ଏହାକୁ କେତେକ ସାଂସଦ ବିରୋଧ କରିଛନ୍ତି। ଚୀନ ନିର୍ଦେଶରେ ସରକାର ଏପରି କରୁଛନ୍ତି କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ନେପାଳରେ ଏବେ ରାଜନୈତିକ ବିଦ୍ରୋହ ଆରମ୍ଭ ହେଇଛି। ପ୍ରଧାନମନ୍ତ୍ରୀ କେ. ପି. ଓଲି ଏହା ଉପରୁ ଜନସାଧାରଣଙ୍କ ଧ୍ୟାନ ହଟାଇବା ଲାଗି ଭାରତ ବିରୋଧୀ ପଦ​‌କ୍ଷେପ ନେଇ ଚର୍ଚ୍ଚାରେ ରହିବାକୁ ଉଦ୍ୟମ କରୁଛନ୍ତି। ଓଲି ଏବେ ଦେଶରେ ଏକ ନୂଆ ରାଷ୍ଟ୍ରବାଦର ପ୍ରସାର କରିବାକୁ ଚାହୁଁଛନ୍ତି, ଯାହାଫଳରେ ଦଳରେ ତାଙ୍କ କାର୍ଯ୍ୟଶୈଳୀ ଉପରେ ଯେଉଁମାନେ ପ୍ରଶ୍ନ ଉଠାଉଛନ୍ତି ସେଥିରେ ଲଗାମ ଲାଗିପାରିବ। ଏଣୁ ନେପାଳ ପ୍ରଧାନମନ୍ତ୍ରୀ ଏବେ ସଂସଦରେ ହିନ୍ଦୀ ଭାଷା ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଚାର କରୁଛନ୍ତି। ତେବେ ଜନତା ସମାଜବାଦୀ ପାର୍ଟି  ସାଂସଦ ସରିତା ଗିରି ଏହାକୁ ପ୍ରବଳ ବିରୋଧ କରିଥିଲେ। ସରକାରଙ୍କ ଏପରି ପଦକ୍ଷେପ ତରାଇ ଏବଂ ମଘେଶୀ ଅଞ୍ଚଳରେ କଡ଼ା ବିରୋଧର ସୂତ୍ରପାତ କରାଇବ। ଏପରି ସାଂସଦ ସରିତା ଗିରି ସରକାରଙ୍କୁ ଆହୁରି ପ୍ରଶ୍ନ କରିଥିଲେ ଯେ କ’ଣ ଚୀନ ଏପରି ନିର୍ଦେଶ ଦେଇଛି କି ? ସୂଚନାଯୋଗ୍ୟ, ନେପାଳ ପୂର୍ବରୁ ସୀମା ବିବାଦ ଏବଂ ନାଗରିକତା ସଂଶୋଧନ ଆଇନ ପ୍ରସଙ୍ଗକୁ ନେଇ ଭାରତ ସହିତ ବିବାଦରେ ରହିଆସିଛି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories