www.samajalive.in
Saturday, December 6, 2025
23.1 C
Bhubaneswar

ଯୋଗ ଭାରତ ନୁହେଁ, ନେପାଳରେ ସୃଷ୍ଟି ; ଓଲିଙ୍କର ଆଉ ଏକ ହାସ୍ୟାସ୍ପଦ ଦାବି

କାଠମାଣ୍ଡୁ: ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ ନେପାଳରେ ବୋଲି ଦାବିକରି ବହୁ ସମାଲୋଚନା ଶିକାର ହୋଇଥିବା ନେପାଳର କାମଚଳା ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ଅନୁରୂପ ଆଉ ଏକ ହାସ୍ୟାସ୍ପଦ ଦାବି କରିଛନ୍ତି। ସୋମବାର ଆନ୍ତର୍ଜାତି ଯୋଗ ଦିବସ ପାଳନ ଅବସରରେ ଓଲି କହିଛନ୍ତି, ଯୋଗ ଭାରତ ନୁହେଁ, ନେପାଳରୁ ସୃଷ୍ଟି ହୋଇଛି। ‘ଆସନ’ଗୁଡିକର ଜନ୍ମସ୍ଥାନ ହେଉଛି ନେପାଳ। ସେ ଏକଥା ମଧ୍ୟ କହିଛନ୍ତି ଯେ ଯୋଗ ଯେତେବେଳେ ପରିଚିତ ହେବା ଆରମ୍ଭ କଲା, ସେତେବେଳେ ଭାରତର ସ୍ଥିତି ନଥିଲା। ଏହା ଭାଗ ଭାଗ ହୋଇଯାଇଥିଲା। ଏବେ ଯେଉଁ ଭାରତ ଦେଖିବାକୁ ମିଳୁଛି, ତାହା ସେହି ସମୟରେ ନଥିଲା। ଭାରତୀୟ ବିଶାରଦମାନେ ଏହି ତଥ୍ୟ ଲୁଚାଉଥିବା ମଧ୍ୟ ସେ କହିଛନ୍ତି।
କିଛିଦିନ ତଳେ ଓଲି କହିଥିଲେ ଯେ ଭାରତ ସହିତ ରହିଥିବା ସମସ୍ତ ଭୁଲ ବୁଝାମଣା ଦୂର ହୋଇଛି ଏବଂ ଦୁଇ ଦେଶ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଗକୁ ବଢିବା ଦରକାର। ଉଭୟ ରାଷ୍ଟ୍ର ମଧ୍ୟରେ ସଦଭାବ ଏବଂ ସମସ୍ୟା ରହିଥିବା ସେ କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଭାରତ ସହିତ ତାଙ୍କ ଦେଶର ରହିଥିବା ସୀମା ସମସ୍ୟା ଐତିହାସିକ ଚୁକ୍ତି, ମାନଚିତ୍ର ଏବଂ ତଥ୍ୟସମ୍ବଳିତ ଦଲଲି ଆଧାରରେ କରାଯିବ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories