www.samajalive.in
Sunday, December 7, 2025
18.1 C
Bhubaneswar

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣ; ମୌସୁମୀ ଅଧିବେଶନରେ ଆସିପାରେ ସଂଶୋଧନ ବିଲ୍‍

ନୂଆଦିଲ୍ଲୀ: କିଛି ହାତଗଣତି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସଂସଦର ଆଗାମୀ ମୌସୁମୀ ଅଧିବେଶନ କାଳରେ ସଂଶୋଧନ ବିଲ୍‍ ଆସିବା ସମ୍ଭାବନା ରହିଛି। ଏକ ସୂତ୍ର ଅନୁଯାୟୀ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଇଣ୍ଡିଆନ ଓଭରସିଜ ବ୍ୟାଙ୍କକୁ ଏଥିପାଇଁ ନିତି ଆୟୋଗ ପକ୍ଷରୁ ମନୋନୀତ କରାଯାଇଛି। ସେଥିପାଇଁ କେନ୍ଦ୍ର ସରକାର ସଂସଦରେ ବ୍ୟାଙ୍କିଙ୍ଗ ନିୟନ୍ତ୍ରଣ ଆଇନ ଏବଂ ବ୍ୟାଙ୍କିଙ୍ଗ ନିୟମ ଆଇନରେ ସଂଶୋଧନ ଆଣିବା ସମ୍ଭାବନା ରହିଛି। ବ୍ୟାଙ୍କ ଅଫ ମହାରାଷ୍ଟ୍ର ନାମ ମଧ୍ୟ ନିତି ଆୟୋଗକୁ ଏଥିପାଇଁ ପଠାଯାଇଥିବା ଅନୁମାନ କରାଯାଉଛି। ବ୍ୟାଙ୍କଗୁଡିକର ନାମ ଚୂଡାନ୍ତ ହେବାପରେ ତାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ କ୍ୟାବିନେଟ ସମ୍ମୁଖରେ ଉପସ୍ଥାପନ କରାଯିବ।
ଅନ୍ୟପକ୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ୟୁନିଅନଗୁଡିକ ବିରୋଧ କରିଛନ୍ତି। ସେମାନେ ଏହାଦ୍ୱାରା ଚାକିରି ଓ ପେନସନ ହରାଇବା ଆଶଙ୍କା ପ୍ରକାଶ କରିବା ସହିତ ଏହା ବିରୁଦ୍ଧରେ ଅନିର୍ଦ୍ଦଷ୍ଟ କାଳପାଇଁ ଧର୍ମଘଟର ଧମକ ଦେଇଛନ୍ତି। ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ କର୍ମଚାରୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖାଯିବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories