www.samajalive.in
Tuesday, December 9, 2025
16.1 C
Bhubaneswar

ଗଞ୍ଜାମ ଜିଲାପାଳଙ୍କ ନିୟମ- ଟିକା ନନେଲେ ଦୋକାନା ଖୋଲିବା ମନା

ବ୍ରହ୍ମପୁର: ଜିଲାରେ ଟିକାକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଗଞ୍ଜାମ ଜିଲାପାଳ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ତାଲାବନ୍ଦ କଟକଣା ମଧ୍ୟରେ ଯେତିକି ବ୍ୟବସାୟ ପ୍ରତିଷ୍ଠାନ ଖୋଲୁଛି, ସେମାନଙ୍କ ପାଇଁ ଟିକା ନେବା ବାଧ୍ୟତାମୂଳକ କରାଯାଇଛି। ଟିକା ନନେଲେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। ସେ କହିଛନ୍ତି ଜିଲାରେ ଟ୍ୟାକ୍ସି ଡ୍ରାଇଭର, ଅଟୋ ଡ୍ରାଇଭର, ହାଟ ବଜାରରେ ବିକ୍ରି କରୁଥିବା ବିକ୍ରେତାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ। ଏଥିସହିତ ବୃହତ ବଜାର ଏବଂ ପର୍ଯ୍ୟଟନ ସ୍ଥଳରେ ରହିଥବା ଦୋକାନୀମାନଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇ ଟିକାକରଣ କରାଯିବ। ବ୍ୟବସାୟୀମାନେ ନିଜେ ଟିକା ନେବା ସହିତ ସେମାନଙ୍କ ଦୋକାନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଟିକା ଦେଇ ସେ ସମ୍ପର୍କି ପ୍ରମାଣପତ୍ର ନିଜ ଦୋକାନ ସମ୍ମୁଖରେ ଦର୍ଶାଇବେ, ଯଦ୍ଦ୍ୱାରା ଗ୍ରାହକମାନେ ଉକ୍ତ ଦୋକାନୀ ଟିକା ନେଇଥିବା ଜାଣିପାରିବେ। ଯଦି ଦୋକାନ ଟିକା ନେଇନଥିବେ ଏବଂ ତତ୍‍ ସମ୍ପର୍କିତ ପ୍ରମାଣପତ୍ର ଦୋକାନ ସମ୍ମୁଖରେ ପ୍ରଦର୍ଶନ ନକରିବେ ତେବେ ସେମାନଙ୍କୁ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ଏଥିସହିତ ଜିଲାରେ ଦୈନିକ ଟିକାକରଣ ଲକ୍ଷ୍ୟ ପୂରଣ କରିବା ଦିଗରେ ସମସ୍ତ ଅଧିକାରୀ, କର୍ମଚାରୀ ପ୍ରଚେଷ୍ଟା କରିବାକୁ ଜିଲାପାଳ ସୋମବାର ଅନୁଷ୍ଠିତ କୋଭିଡ ପରିଚାଳନା ଭିଡିଓ କନଫରେନ୍ସିଂରେ ଜଣାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories