www.samajalive.in
Wednesday, December 10, 2025
15.1 C
Bhubaneswar

ଭାରତୀୟ ଏସଏମବିସମୂହ ପାଇଁ ନିଓବ୍ୟାଙ୍କ ଫ୍ଲୋବିଜ୍‍ ପକ୍ଷରୁ ୩୧ ନିୟୁତ ଡଲାର ସଂଗ୍ରହ 

ବେଙ୍ଗାଲୁରୁ/ ଭୁବନେଶ୍ୱର : ଭାରତୀୟ ଏସଏମବିଗୁଡିକ ପାଇଁ ଏକ ନିଓବ୍ୟାଙ୍କ ଫ୍ଲୋବିଜ୍‍, ସିରିଜ ‘ବି’ ପର୍ଯ୍ୟାୟରେ ସିକୋଇଆ କ୍ୟାପିଟାଲ ଇଣ୍ଡିଆ, ଥିଙ୍କ ଇନଭେଷ୍ଟମେଣ୍ଟସ ଏବଂ ଏହାର ସଂପ୍ରତି ରହିଥିବା ନିବେଶକ ଏଲିଭେସନ କ୍ୟାପିଟାଲ ଏବଂ ବିନେକ୍ସଟ ଦ୍ୱାରା ୩୧ ନିୟୁତ ଡଲାର ସଂଗ୍ରହ କରିଛି। ଏହି ପାଣ୍ଠିକୁ ଟିମ୍‍ ସମ୍ପ୍ରସାରଣ, ଉତ୍ପାଦ ବିକାଶ ଏବଂ ଆବଣ୍ଟନ ବ୍ୟବସ୍ଥାରେ ସମ୍ପ୍ରସାରଣ କରି ଅଧିକ ବ୍ୟବସାୟ ସଂସ୍ଥାକୁ ସେବା ଯୋଗାଇବା କ୍ଷେତ୍ରରେ ନିବେଶ କରାଯିବ। ଫ୍ଲୋବିଜ୍‍ ଖୁବଶୀଘ୍ର ଆର୍ଥିକ ସେବା କ୍ଷେତ୍ରକୁ ପ୍ରବେଶ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଥିବାବେଳେ ଏହା ମଧ୍ୟ ସଂଗଠନ ଭିତରେ ଅତିରିକ୍ତ ବୈଷୟିକ ଦକ୍ଷତା ନିର୍ମାଣ ଉପରେ ଦୃଷ୍ଟିନିବଦ୍ଧ କରିବ।

ସଦ୍ୟତମ ପର୍ଯ୍ୟାୟରେ ବିଜୟ ଶେଖର ଶର୍ମା (ପେଟିଏମ୍‍), କୁନାଲ ଶାହ (କ୍ରେଡ), ଜିତେନ ଗୁପ୍ତା (ଜୁପିଟର), ଅମ୍ରିଶ ରାଉ (ପାଇନ୍‍ ଲାବ୍ସ), ନିରଜ ଆରୋରା (ହାଲୋଆପ୍‍), ନିତିନ ଗୁପ୍ତା (ୟୁନି କାର୍ଡସ), ଅଙ୍କିତ ତୋମାର (ବିଜୋଙ୍ଗୋ), ସୟାଲି କରଞ୍ଜକର (ପେସେନ୍ସ) ଏବଂ କ୍ରିଷନ ମେନନ (ବୁକୁକାସ୍‍)ଙ୍କ ଭଳି ବ୍ୟକ୍ତିବିଶେଷ ଏବଂ ୯ୟୁନିକର୍ନ ଓ ହ୍ୱାଇଟବୋର୍ଡ କ୍ୟାପିଟାଲ ଅଂଶଗ୍ରହଣ କରିଥିଲେ।

- Advertisement -

ଫ୍ଲୋବିଜ୍ର ଛାମୁଆ ଉତ୍ପାଦ ମାଇଁବିଲ୍‍ବୁକ ଏସଏମବି ମାଲିକମାନଙ୍କୁ ସେମାନଙ୍କର ଇନଭଏସିଂକୁ ଡିଜିଟାଇଜ କରିବା, ବିଜନେସ ଆକାଉଣ୍ଟିଂକୁ ଅଧିକ ଶାଣିତ କରିବା ଏବଂ ସେମାନଙ୍କ ଉଦ୍ୟୋଗଗୁଡିକର କାର୍ଯ୍ୟଧାରାକୁ ସ୍ୱୟଂକ୍ରିୟ କରିବା ଦିଗରେ ସହାୟତା କରିବାକୁ ୨୦୨୦ ଜାନୁଆରୀରେ ପ୍ରଚଳନ କରାଯାଇଥିଲା। ଏହା ସାମଗ୍ରୀର ହିସାବ ବଜାୟ ରଖିବା, ପ୍ରାପ୍ୟ ଓ ଦେୟ ପରିଚାଳନା, ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ରିପୋର୍ଟକୁ ଉପଯୋଗ କରି ଦକ୍ଷ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ସମର୍ଥ କରିବାରେ ସହାୟତା କରିଥାଏ। ମାସକୁ ୧ ନିୟୁତରୁ ଅଧିକ ସକ୍ରିୟ ବ୍ୟବହାରକାରୀଙ୍କୁ ନେଇ ଏସଏମବିଗୁଡିକ ସଂପ୍ରତି ପ୍ରତି ମାସରେ ମାଇଁବିଲ୍‍ବୁକରେ ୧ ବିଲିଅନ ଡଲାର ମୂଲ୍ୟର କାରବାର କରୁଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories