ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ଓ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‍ଘାଟନ

0

ନେମାଳ : ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଶନିବାର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ତଥା ଚିତ୍ରୋତ୍ପଳା ଦୀପାଞ୍ଚଳର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ସହିତ ନଗସପୁର ପଞ୍ଚାୟତର ଏକ ପ୍ରକଳ୍ପର ଶୁଭ ଶିଳାନ୍ୟସ ଓ ୬ ଗୋଟି ପ୍ରକଳ୍ପର ଶୁଭ ଉଦ୍‍ଘାଟନ କରିଛନ୍ତି। ନଗସପୁର ପଞ୍ଚାୟତର ସରପଞ୍ଚ ସୁଧାଂଶୁ ଶେଖର ଭୂୟାଁଙ୍କ ତତ୍ୱାବଧାନରେ ହଜରା ହଜାର କର୍ମୀ ଯୋଗଦେଇ ମନ୍ତ୍ରୀ ଶ୍ରୀଯୁକ୍ତ ଜେନାଙ୍କୁ ବିଭିନ୍ନ ସ୍ଥାନରେ ଭବ୍ୟ ସଂମ୍ବର୍ଦ୍ଧନା ଦେଇଥିଲେ। ପରେ ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ପ୍ରଥମେ ମନ୍ତ୍ରୀ ନଗସପୁର ପଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ଶୁଭ ଶିଳାନ୍ୟସ କରିଥିଲେ। ପରେ ବହୁମୂଖି ବାତ୍ୟା ଆଶ୍ରୟ ସ୍ଥଳର ଶୁଭ ଉଦ୍‍ଘାଟନ କରିଥିବା ବେଳେ ସୁରେନ୍ଦ୍ରନାଥ ସ୍ମୃତି ସଂସଦର ନୁତନ ଗୃହର ଶୁଭ ଉଦ୍‍ଘାଟନ କରିଥିଲେ। ସେହିପରି ଉକ୍ତ ପଞ୍ଚାୟତ ସ୍ୱାସ୍ଥ୍ୟକେନ୍ଦ୍ର ନୂତନ ଗୃହର ଶୁଭ ଉଦ୍‍ଘାଟନ କରିବା ପରେ ନଗସପୁର ବଜାରରେ ଉଜ୍ୱଳ ଆଲୋକୀ କରଣର ଶୁଭ ଉଦ୍‍ଘାଟନ କରିଥିଲେ। ପରେ ନଗସପୁର ସାପ୍ତାହିକ ହାଟର ଶୁଭ ଉଦ୍‍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ରାଜ୍ୟର ମହିଳା, ଯୁବଛାତ୍ର, ଆବାଳ ବୃଦ୍ଧବନୀତାଙ୍କ ଉନ୍ନତି ନିମନ୍ତେ ରାଜ୍ୟସରକାର ବ୍ୟାପକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ମାହାଙ୍ଗା ନିର୍ବାଚନମଣ୍ଡଳୀର ସମସ୍ତ ପଞ୍ଚାୟତର ଗମନାଗମନ,ସ୍ୱାସ୍ଥ୍ୟ,ଶିକ୍ଷା ,ଜଳସେଚନ,ମହିଳାଙ୍କ ସାମଗ୍ରିକ ବିକାଶ ନିମନ୍ତେ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବିନିଯୋଗ କରାଯାଇ ବ୍ୟାପକ ଉନ୍ନୟନ ମୁଳକ କାର୍ଯ୍ୟ କରାଯାଇଛି ବୋଲି ସୁଚନା ଦେଇଥିଲେ।  ଯୁବଶକ୍ତିର ବିକାଶ ନହେଲେ ରାଜ୍ୟର ଅଗ୍ରଗତି ଅସମ୍ଭବ ବୋଲି ପ୍ରକାଶ କରିବା ସହ ଯୁବସମାଜକୁ ଆତ୍ମ ନିର୍ଭରଶୀଳ ଓ ନିଯୁକ୍ତି ପ୍ରଦାନ ନିମନ୍ତେ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିବା ପ୍ରକାଶ କରିଥିଲେ। ଉକ୍ତ ଉତ୍ସବରେ ପ୍ରାକ୍ତନ ସିସିବି ଅଧ୍ୟକ୍ଷ ଅଶୋକ କୁମାର ଓଝା,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶ ରଂଞ୍ଜନ ମହାପାତ୍ର ଯୋଗଦେଇଥିବା ବେଳେ ବହୁ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ସରପଞ୍ଚ, ସମିତିସଭ୍ୟା, ସମେତ ଦଳୀୟ ସମର୍ଥକ ଯୋଗଦେଇଥିଲେ। ତେବେ ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ଜନସାଧାରଣ ମାନଙ୍କ ସୁଖଦୁଃଖର ସାଥି ହୋଇଥିବାରୁ ବେସ ଲୋକପ୍ରିୟତା ଓ ପତିଆରା ବୃଦ୍ଧି ପାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave A Reply