www.samajalive.in
Saturday, December 6, 2025
17.1 C
Bhubaneswar

ଭାରତୀୟ ମହିଳା ଲିଗ-୧ ଖେଳିବା ପାଇଁ ନୀତା ଫୁଟବଲ ଏକାଡେମୀର ଯୋଗ୍ୟତା ଅର୍ଜନ

ଗୁରୁଡ଼ିଝାଟିଆ: ନୀତା ଫୁଟବଲ ଏକାଡେମୀ ଭାରତୀୟ ମହିଳା ଲିଗ ୧ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛି। ଗୋଆର ଡୁଲେର ମାପୁସା ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ରାଉଣ୍ଡରେ ନୀତା ଫୁଟବଲ ଏକାଡେମୀ ଶେଷ ମ୍ୟାଚରେ ଗୁରୁରାଟର ସ୍ୟାଗ ଫୁଟୁବଲ ଏକାଡେମୀକୁ ୮-୧ ଗୋଲରେ ପରାସ୍ତ କରିଥିଲା। ଏହି ମ୍ୟାଚରେ ଶିଖା ମଲ୍ଲିକ ୪ଟି ଗୋଲ ସ୍କୋର କରିଥିବା ବେଳେ ବବିତା କୁମାରୀ, ଲଲିତା ବୈପାୟି, ରୋଶନି ଟିଗା ଗୋଲ ଦେବାରେ ସକ୍ଷମ ହୋଇଥିଲେ।

ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଫାଇନାଲ ରାଉଣ୍ଡ ଭାରତୀୟ ମହିଳା ଲିଗ ଚମ୍ପିଆନଶିପ-୨ରେ ନୀତା ଫୁଟବଲ ଏକାଡେମୀ ୨୦ ତାରିଖରେ କଲକାତାର ଶ୍ରୀଭୂମି ଫୁଟବଲ କ୍ଲବ ସହିତ ଖେଳି ୧-୩ ଗୋଲରେ ପରାଜିତ ହୋଇଥିଲା। ଏହା ପରେ ୨ୟ ମ୍ୟାଚରେ ପଣ୍ଡିଚେରୀର ଉଢୁଭୈଇ ୟୁନିକର୍ଣ୍ଣସକୁ ୨-୧ ଗୋଲରେ ପରାସ୍ତ କରିଥିଲେ। ୩ୟ ମ୍ୟାଚ ଘରୋଇ ଗୋଆ ଫୁଟବଲ କ୍ଲବ ଟୁଇମ୍ ଦଳ ସହିତ ଖେଳି ୧-୧ ଗୋଲରେ ଡ୍ର ରଖିଥିଲେ। ୨୬ରେ ଦିଲ୍ଲୀର ଘରୱାଲ ୟୁନାଇଟେଡ ଫୁଟବଲ କ୍ଲବକୁ ୩-୧ ଗୋଲରେ ପରାସ୍ତ କରିଥିବା ବେଳେ ଶେଷମ୍ୟାଚ ୨୮ରେ ଗୁଜରାଟର ସ୍ୟାଗ ଫୁଟବଲ ଦଳକୁ ୮-୧ ଗୋଲରେ ପରାସ୍ତ କରି ନୀତା ଫୁଟୁବଲ ଏକାଡେମୀ ଭାରତୀୟ ମହିଳା ଲିଗ ୧ ଚମ୍ପିଆନସିପ ୨୦୨୪-୨୫ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ନୀତା ଫୁଟବଲ ଏକାଡେମୀର ପ୍ରତିଷ୍ଠାତା ଇଂ ସୁବ୍ରତ ଦାସ ଦଳର ସମସ୍ତ ଖେଳାଳିଙ୍କ ଲଢୁଆ ଖେଳ ପ୍ରଦର୍ଶନକୁ ପ୍ରଂଶସା କରିବା ସହିତ ମୁଖ୍ୟ ପ୍ରଶିକ୍ଷକ ସୁରଜିତ୍ କୁମାର ଘୋଷ, ବରିଷ୍ଠ ପ୍ରଶିକ୍ଷକ ପ୍ରତିମା ବିଶ୍ୱାସ, ବୈଷୟିକ ପରାମର୍ଶଦାତା ମହମ୍ମଦ ସହିଦ ଜବାର, ନୀତା ଫୁଟବଲ ଏକାଡେମୀର ସଂପାଦକ ଇଂ ଅରୁଣ ପ୍ରସାଦ ପରିଜା, ପ୍ରବନ୍ଧକ ପ୍ରଦୀପ ରାଉତ, ଅଭିଜିତ୍ କାନୁନଗୋ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories