www.samajalive.in
Friday, December 5, 2025
26.1 C
Bhubaneswar

କୁଟିମସ୍କା ଜଙ୍ଗଲରେ ଦନ୍ତାହାତୀର ସନ୍ଦେହଜନକ ମୃତ୍ୟୁ, ସପ୍ତାହେ ପରେ ଖବର ପାଇଲା ବନବିଭାଗ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ସୀମାନ୍ତ କଦମ୍ବଗୁଡା ଗ୍ରାମପଂଚାୟତ ତଥା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ କମର୍ଦ୍ଧା ସେକ୍ସନ ଭୁର୍ଟିଗଡ଼ ବିଟ ସେମେଲପଦର ଗାଁ ନିକଟ କୁଟିମସ୍କା ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହକୁ ଠାବ କରିଛି ବନବିଭାଗ। ତେବେ ହାତୀଟିର ମୃତ୍ୟୁ ସପ୍ତାହେ ପୂର୍ବରୁ ହୋଇଥିବା ଅନୁମାନ କରାଯାଉଛି। ଏପରିକି ହାତୀ-ହାତୀ ମଧ୍ୟରେ ଲଢେଇ ହୋଇ ହାତୀଟିର ମୃତ୍ୟୁ ଘଟିଥିବା ବନବିଭାଗ ସନ୍ଦେହ କରୁଥିବାବେଳେ ଶିକାରୀଙ୍କ ଗୁଳି କିମ୍ବା ବିଦ୍ୟୁତ ଆଘାତରେ ହାତୀଟିର ମୃତ୍ୟୁ ହୋଇଥାଇପାରେ ଵୋଲି କୁହାଯାଉଛି।

ବିଶ୍ୱନାଥପୁର ଓ ନର୍ଲା ରେଞ୍ଜର ବିଭିନ୍ନ ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ଜଙ୍ଗଲୀ ହାତୀପଲଙ୍କ ଚଳପ୍ରଚଳ ଲାଗି ରହିଥିବାବେଳେ ବିଭିନ୍ନ ସମୟରେ ହାତୀ ଓ ମଣିଷ ମୁହାଁମୁହିଁ ହୋଇ ଆସୁଛନ୍ତି। ସେଥିମଧ୍ୟରୁ ପାଞ୍ଚରୁ ଅଧିକ ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ଅକାଳରେ ତିନିରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ତେବେ ଆଜି ହାତୀ ମୃତ୍ୟୁ ସମ୍ପର୍କରେ ଖବର ପାଇ ଉତ୍ତର ବନଖଣ୍ଡର ଏସିଏଫ, ବିଶ୍ୱନାଥପୁର ଓ ନର୍ଲା ରେଞ୍ଜରଙ୍କ ସମେତ ବନବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ପ୍ରାଣୀ ବିଶେଷଜ୍ଞ ଆସି ବ୍ୟବଚ୍ଛେଦ କରିବା ପରେ ଗାତ ଖୋଳି ହାତୀଟିକୁ ପୋତି ଦିଆଯାଇଥିବା ଜଣାପଡିଛି। ଏନେଇ ବନବିଭାଗର ତଦନ୍ତ ଜାରି ଥିବା ଜଣାପଡିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories