www.samajalive.in
Friday, December 5, 2025
26.1 C
Bhubaneswar

ଗୁପ୍ତଧନ ମାମଲାରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ, ଜୁଲାଇ ୧୧ରେ ଦଣ୍ଡାଦେଶ

ସମାଜ ଡିଜିଟାଲ ଡେସ୍କ: ଗୁପ୍ତଧନ ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ଟ୍ରମ୍ପଙ୍କ ବିରୋଧରେ ଆସିଥିବା ୩୪ଟି ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଆସନ୍ତା ଜୁଲାଇ ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ଏବଂ ସେହିଦିନ ଟ୍ରମ୍ପଙ୍କୁ ଦଣ୍ଡାଦେଶ ଦିଆଯିବ। କୋର୍ଟଙ୍କ ଏପରି ନିଷ୍ପତ୍ତି ପରେ ରିପବ୍ଲିକାନ ପାର୍ଟି ସଦସ୍ୟମାନେ ଏହାକୁ ବିରୋଧ କରିବା ସହିତ ଟ୍ରମ୍ପଙ୍କ ସମର୍ଥନରେ ଛିଡ଼ା ହୋଇଛନ୍ତି।

୭୭ ବର୍ଷୀୟ ଟ୍ରମ୍ପ ହେଉଛନ୍ତି ପ୍ରଥମ ଆମେରିକୀୟ ରାଷ୍ଟ୍ରପତି, ଯାହାଙ୍କୁ ଅପରାଧୀ ଭାବେ ଘୋଷଣା କରାଯାଇଛି। ମାତ୍ର ଟ୍ରମ୍ପ ତାଙ୍କ ବିରୋଧରେ ରହିଥିବା ମାମଲାକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ତଦନ୍ତରେ ତ୍ରୁଟି ରହିଥିବା ସେ କୋର୍ଟରେ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ୨୦୧୬ରେ ଟ୍ରମ୍ପ ରାଷ୍ଟ୍ରପତି ହେବା ପୂର୍ବରୁ ଅଭିନେତ୍ରୀ ଷ୍ଟର୍ମି ଡାନିଏଲଙ୍କ ସହିତ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ଉଭୟଙ୍କ ସମ୍ପର୍କକୁ ଲୁଚାଇବା ପାଇଁ ଟ୍ରମ୍ପ ମୋଟା ଅଙ୍କର ଅର୍ଥ ଦେଇଥିଲେ। ଏହି ମାମଲାରେ କୋର୍ଟରେ ୩୪ଟି ଅଭିଯୋଗ, ୧୧ଟି ଚାଲାଣ, ୧୨ଟି ରସିଦ ଏବଂ୧୧ଟି ଚେକ୍‌‌ ଦାଖଲ କରାଯାଇଥିଲା।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories