www.samajalive.in
Friday, December 5, 2025
26.1 C
Bhubaneswar

୪୫ ଡିଗ୍ରୀ ତାପମାତ୍ରାରେ ପାଣି ପାଇଁ ହନ୍ତସନ୍ତ ରୋଗୀ ଓ ସଂପର୍କୀୟ

ବାଉଁଶୁଣି : ବୌଦ୍ଧ ବ୍ଲକ୍ ବାଉଁଶୁଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଅଞ୍ଚଳର ପ୍ରାୟ ୧୦ଟି ପଞ୍ଚାୟତବାସୀ ନିର୍ଭର କରିଥାନ୍ତି। କିନ୍ତୁ ଜିଲ୍ଲା ପ୍ରଶାସନର ଅବହେଳା ପାଇଁ ବିଭିନ୍ନ ସମୟରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲିଥିବା ବେଳେ ପ୍ରାୟ ସମୟରେ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ରହୁଛି। ଏମିତି ପ୍ରତ୍ୟେକ ଦିନ ୪୨ ରୁ ୪୫ ଡିଗ୍ରୀ ତାପମାତ୍ରା ବୌଦ୍ଧ ଜିଲ୍ଲାରେ ରହୁଥିବାରୁ ବାଉଁଶୁଣି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିିତିରେ ବାଉଁଶୁଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଲକ୍ଷ ଲକ୍ଷ ଟଙ୍କାରେ ତିଆରି ହୋଇଥିବା ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପଟି ଅଚଳ ହୋଇପଡିଛି ।

୬ ଜୁନ ଶନି ଜୟନ୍ତୀ : ମେଷ ଠାରୁ ମୀନ ବାସ୍ ଏହି ଜିନିଷ ଦାନ କରନ୍ତୁ, କେମିତି ଚମକିବ ଭାଗ୍ୟ, ହେବ ଚମତ୍କାର..

- Advertisement -

ଯାହା ଫଳରେ ରୋଗୀ ଓ ତାଙ୍କ ସଂପର୍କୀୟ ମାନେ ପିଇବା ପାଣି ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଅଧିକ ଖର୍ଚ୍ଚାନ୍ତ ହୋଇ ଦୋକାନରୁ ପାଣି ବୋତଲ କିଣି ଶୋଷ ମେଣ୍ଟାଉଥିବା ଦେଖିବାକୁ ମିଳିଛି ଯାହା ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରୀଷ୍ମଋତୁ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ବୈଠକ ବସିବା ସହ ଡାକ୍ତରଖାନା ମାନଙ୍କରେ ଅଂଶୁଘାତରୁ ମୁକ୍ତି ପାଇବା ପାଇଁ ବଡ଼ ବଡ଼ ପୋଷ୍ଟର୍ ଲଗାଇ ପ୍ରଚୁର ପାଣି ପାଇଁ ସଚେତନ କରୁଛନ୍ତି କିନ୍ତୁ ଡାକ୍ତରଖାନା ପରିସରରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଥାଇ ମଧ୍ୟ ପାଣି ଯୋଗାଇବାରେ ଫେଲ୍ ମାରିଛି ଜିଲ୍ଲା ପ୍ରଶାସନ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories