ନୂଆଦିଲ୍ଲୀ : ନିଟ୍ ୟୁଜି ପରୀକ୍ଷା ସହ ଜଡିତ ଏକ ବଡ ଖବର ଶନିବାର ସାମ୍ନାକୁ ଆସିଛି। ସ୍ନାତକ ମେଡିକାଲ ପାଠ୍ୟକ୍ରମରେ ପ୍ରବେଶ ପାଇଁ ନିଟ୍ ୟୁଜି କାଉନସେଲିଂକୁ ସ୍ଥଗିତ ରଖାଯାଇଛି। ଆଗାମୀ ସୂଚନା ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଛି। ପେପର୍ ଲିକକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଜୁଲାଇ ୬ରେ ହେବାକୁ ଥିବା କାଉନସେଲିଂକୁ ଜାତୀୟ ପରୀକ୍ଷା ଏଜେନ୍ସି ସ୍ଥଗିତ ରଖିଛି। ପେପର୍ ଲିକକୁ ନେଇ ଚାଲିଥିବା ବିବାଦରେ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିବା ସହ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ କାଉନସେଲିଂ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି।
ଜୁଲାଇ ୮ରୁ ଶନି-ରାହୁ ମିଶି ଚମକାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ଧନ,ବଦଳିଯିବ ଜୀବନ..



