www.samajalive.in
Monday, December 15, 2025
14.1 C
Bhubaneswar

ଟୋକିଓରେ ହେବ ନଦିମ୍‌-ନୀରଜ ମୁକାବିଲା

ନୂଆଦିଲ୍ଲୀ: ପ୍ୟାରିସ୍‌ ଅଲିମ୍ପିକ୍‌ସରେ ପୁରୁଷ ଜାଭେଲିନ୍‌ ସ୍ବର୍ଣ୍ଣପଦକ ଜିତିଥିବା ପାକିସ୍ତାନର ଅର୍ସଦ ନଦିମ୍‌ଙ୍କୁ ସମ୍ପୂର୍ଣ୍ଣ ଫିଟ୍‌ ଘୋଷଣା କରିଛନ୍ତି ଡାକ୍ତର। ଟୋକିଓରେ ସେପ୍ଟେମ୍ବର ୧୩ରୁ ଆରମ୍ଭ ହେଉଥିବା ବିଶ୍ବ ଦୌଡ଼କୁଦ ଚମ୍ପିଆନ୍‌ସିପରେ ଅଲିମ୍ପିକ୍‌ସ ଚମ୍ପିଆନ୍ ନଦିମ୍ ଭାଗନେବେ। ଜୁଲାଇରେ ଇଂଲଣ୍ଡରେ ନଦିମ୍‌ଙ୍କ ଡାହାଣ ଗୋଡ଼ରେ ଅସ୍ତ୍ରୋପଚାର କରା ଯାଇଥିଲା। ସେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ପ୍ରତିଯୋଗିତାରେ ଭାଗନେବାକୁ ସମର୍ଥ ବୋଲି ଡାକ୍ତର କହିଛନ୍ତି। ଫଳରେ ଟୋକିଓରେ ନଦିମ୍ ଓ ଭାରତୀୟ ଜାଭେଲିନ୍ ତାରକା ନୀରଜ ଚୋପ୍ରାଙ୍କ ମଧ୍ୟରେ ମୁକାବିଲା ହେବା ନିଶ୍ଚିତ। ଏହା ଉଭୟ ଦେଶର କ୍ରୀଡ଼ାପ୍ରେମୀଙ୍କୁ ଉତ୍ସାହିତ କରିଛି। ଗତବର୍ଷ ପ୍ୟାରିସ୍‌ରେ ନଦିମ୍‌ ୯୨.୯୭ ଦୂରକୁ ଜାଭେଲିନ୍ ଫିଙ୍ଗି ୩୨ ବର୍ଷ ପରେ ପାକିସ୍ତାନକୁ ଅଲିମ୍ପିକ୍‌ସ ସ୍ବର୍ଣ୍ଣ ଜିତାଇଥିଲେ। ନୀରଜ ୨ୟ ସ୍ଥାନରେ ରହି ରୌପ୍ୟ ଜିତିଥିଲେ। ୨୦୨୧ ଟୋକିଓ ଅଲିମ୍ପିକ୍‌ସରେ ନୀରଜ ୮୭.୫୮ ମିଟର ଦୂରକୁ ଫିଙ୍ଗି ସ୍ବର୍ଣ୍ଣ ଜିତି ଇତିହାସ ରଚିଥିଲେ। ୨୦୨୩ ବୁଦାପେଷ୍ଟ ବିଶ୍ବ ଚମ୍ପିଆନ୍‌ସିପ୍‌ରେ ନଦିମ୍‌ଙ୍କୁ ମାତ୍ର ୩୫ ସେଣ୍ଟିମିଟର ପଛରେ ପକାଇ ନୀରଜ ସ୍ବର୍ଣ୍ଣପଦକ ଜିତିଥିଲେ। ନୀରଜ ଉକ୍ତ ସ୍ବର୍ଣ୍ଣ ଟୋକିଓରେ ବଜାୟ ରଖିବାକୁ ପ୍ରୟାସ କରିବେ। ହେଲେ ପ୍ୟାରିସ୍ ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ନଦିମ୍ କଠିନ ଅଭ୍ୟାସ ଚଳାଇଛନ୍ତି।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories