୨୦୨୧ରେ ଆତ୍ମହତ୍ୟା କରିଛନ୍ତି ୪୫ ହଜାର ମହିଳା ଓ ୧ ଲକ୍ଷ ୧୮ ହଜାର ପୁରୁଷ

ନୂଆଦିଲ୍ଲୀ: ୨୦୨୧ରେ ସମଗ୍ର ଦେଶରେ ୪୫ ହଜାର ୨୬ଜଣ ମହିଳା ଆତ୍ମହତ୍ୟା କରିଥିବା ବେଳେ ସେମାନଙ୍କ ମଧ୍ୟରେ ୨୩ ହଜାର ୧୭୮ଜଣ ଗୃହିଣୀ ଥିବା ନ୍ୟାସନାଲ୍‌ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ (ଏନ୍‌ସିଆରବି) ରିପୋର୍ଟରୁ ଜଣାପଡ଼ିଛି। ୨୦୨୦ ଅପେକ୍ଷା ମହିଳା ଆତ୍ମହତ୍ୟା ହାର ୬.୧% ଅଧିକ ରହିଥିବା ରିପୋର୍ଟରେ ଦର୍ଶାଯାଇଛି।

ଏନ୍‌ସିଆରବିର ତଥ୍ୟ ଅନୁଯାୟୀ ୨୦୨୧ରେ ଦେଶରେ ୧ ଲକ୍ଷ ୬୪ ହଜାର ୩୩ଜଣ ବ୍ୟକ୍ତି ଆତ୍ମହତ୍ୟା କରିଥିବା ବେଳେ ସେମାନଙ୍କ ମଧ୍ୟରେ ୧ ଲକ୍ଷ ୧୮ ହଜାର ୯୭୯ଜଣ ପୁରୁଷ ଅଛନ୍ତି। ଆତ୍ମହତ୍ୟା କରିଥିବା ମହିଳାଙ୍କ ସଂଖ୍ୟା ୪୫ହଜାର ୨୬ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ୨୩ହଜାର ୧୭୮ଜଣ ଗୃହିଣୀ, ୫ହଜାର ୬୯୩ଜଣ ଛାତ୍ରୀ ଓ ୪ ହଜାର ୨୪୬ଜଣ ଦିନମଜୁରିଆ ଅଛନ୍ତି। ତାମିଲନାଡୁରେ ସର୍ବାଧିକ ୩୨୨୧ଜଣ ମହିଳା ଆତ୍ମହତ୍ୟା କରିଥିବା ବେଳେ ମଧ୍ୟପ୍ରଦେଶରେ ୩ ହଜାର ୫୫, ମହାରାଷ୍ଟ୍ରରେ ୨୮୬୧ ଜଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୋଟ ଆତ୍ମହତ୍ୟାର ୩୩.୨% ପାରିବାରିକ ସମସ୍ୟା ଓ ୧୮.୬% ଅସୁସ୍ଥତା କାରଣରୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ନିଶାଜନିତ ସମସ୍ୟା ଯୋଗୁଁ ୬.୪%, ବୈବାହିକ ସମସ୍ୟା ଯୋଗୁଁ ୪.୬%, ଋଣ ବୋଝରେ ୩.୯% ଆତ୍ମହତ୍ୟା କରିଥିବା ରିପୋର୍ଟରେ ଦର୍ଶାଯାଇଛି। ଯୌତୁକଜନିତ ଓ ନିସନ୍ତାନ ସମସ୍ୟା ଯୋଗୁଁ ବିବାହିତ ମହିଳାମାନେ ଅଧିକ ସଂଖ୍ୟା​‌େ​‌ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ୧୮ବର୍ଷରୁ ୪୫ ବର୍ଷ ମଧ୍ୟରେ ସର୍ବାଧିକ ବ୍ୟକ୍ତି ଆତ୍ମହତ୍ୟା କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଅନ୍ୟପକ୍ଷରେ ୨୦୨୧ରେ ସଡ଼କ ଦୁର୍ଘଟଣାରେ ୧ ଲକ୍ଷ ୫୫ ହଜାର ୬୨୨ଜଣ ପ୍ରାଣ ହରାଇଥିବା ରିପୋର୍ଟରେ ଦର୍ଶାଯାଇଛି। ଦ୍ରୁତ ଗାଡ଼ିଚାଳନା ଯୋଗୁଁ ୮୭ ହଜାର ୫୦ ଓ ବେପରୱା ଗାଡ଼ିଚାଳନା ଯୋଗୁଁ ୪୨ ହଜାର ୮୫୩ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଖରାପ ପାଗ, ନିଶାସେବନ କରି ଗାଡ଼ିଚାଳନା ଓ ଗାଡ଼ିରେ ବୈଷୟିକ ତ୍ରୁଟି ଯୋଗୁଁ ଯଥାକ୍ରମେ ୫ ହଜାର ୪ଶହ ୫, ୨ହଜାର ୯୩୫ ଓ ୨ ହଜାର ୨୨ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଦ୍ରୁତ ଗାଡ଼ିଚାଳନା ଯୋଗୁଁ ତାମିଲନାଡୁରେ ସର୍ବାଧିକ ୧୧ ହଜାର ୪୧୯ ଓ କର୍ଣ୍ଣାଟକରେ ୮ ହଜାର ୭୯୭ ଜଣ ପ୍ରାଣ ହରାଇଥିବା ବେଳେ ବେପରୱା ଗାଡ଼ି ଚାଳନା ଯୋଗୁଁ ଉତ୍ତରପ୍ରଦେଶରେ ସର୍ବାଧିକ ୧୧ ହଜାର ୪୭୯ ଓ ରାଜସ୍ଥାନରେ ୪ ହଜାର ୨୯୯ ଜଣଙ୍କ ପ୍ରାଣ ଯାଇଥିବା ଜଣାପଡ଼ିଛି।

ନିଶାସେବନ କରି ଗାଡ଼ିଚାଳନାଜନିତ ମୃତ୍ୟୁ ମାମଲାରେ ଉତ୍ତରପ୍ରଦେଶ ସବୁଠାରୁ ଆଗରେ ରହିଥିବା ବେଳେ ତେ​‌େ​‌ଲଙ୍ଗାନା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପରବର୍ତ୍ତୀ ସ୍ଥାନରେ ରହିଛନ୍ତି। ଗ୍ରାମାଞ୍ଚଳର ଆବାସିକ ଅଞ୍ଚଳ​‌େ​‌ର ୩୦% ଓ ସହରାଞ୍ଚଳ ଆବସିକ ଅଞ୍ଚଳରେ ୨୯.୭% ଦୁର୍ଘଟଣା ଘଟିଥିବା ବେଳେ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନ ନିକଟରେ ମୋଟ୍‌ ଦୁର୍ଘଟଣାର ୮% ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

Comments are closed.