ଶିବସେନାରେ ଯୋଗଦେଲେ ଏନସିପି ନେତା ସଚିନ ଆହିର

ମୁମ୍ବଇ : ମହାରାଷ୍ଟ୍ରରେ ଚଳିତ ବର୍ଷର ଶେଷ ଆଡକୁ ବିଧାନସଭା ନିର୍ବାଚନ ହେବାର ଅଛି। ତେବେ ଏହାର କିଛି ମାସ ପୂର୍ବରୁ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନସିପି)କୁ ବଡ଼ ଝଟକା ଲାଗିଛି। ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ସଚିନ ଆହିର ଦଳ ତ୍ୟାଗ କରି ଆନୁଷ୍ଠାନିକ ଭାବେ ଶିବସେନାରେ ଯୋଗଦେଇଛନ୍ତି।
ଶିବେସନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଏବଂ ଆଦିତ୍ୟ ଠାକରେଙ୍କ ଉପସ୍ଥିତିରେ ଆହିର ଦଳର ସଦସ୍ୟତା ଗ୍ରହଣ କରିଥିଲେ। ସଚିନ ଆହିର ମୁମ୍ବଇ ଏନସିପିର ଅଧ୍ୟକ୍ଷ ଥିଲେ। ମହାରାଷ୍ଟ୍ରରେ କଂଗ୍ରେସ-ଏନସିପି ମେଣ୍ଟ ସରକାରରେ ଆହିିର କ୍ୟାବିନେଟ ମନ୍ତ୍ରୀ ଥିଲେ। ଆହିର ୱର୍ଲି ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ ବିଧାନସଭା ନିର୍ବାଚନରେ ସେ ଶିବନୋ ପ୍ରାର୍ଥୀ ସୁନୀଲ ସିନ୍ଦେଙ୍କଠାରୁ ହାରି ଯାଇଥିଲେ। ଆହିରଙ୍କ ଯୋଗଦାନ ପରେ ମୁମ୍ବଇରେ ଶିବସେନା ସ୍ଥିତି ଦୃଢ ହେବ ଓ ଏନସିପି ଦୁର୍ବଳ ହେବ ବୋଲି କୁହାଯାଉଛି।

kalyan agarbati

Comments are closed.