www.samajalive.in
Monday, December 15, 2025
26.1 C
Bhubaneswar

ଶିବସେନା, କଂଗ୍ରେସକୁ ଶିକ୍ଷା ଦେଲା ଏନସିପି !

ମୁମ୍ବଇ: ରାଜନୀତିରେ କେହି ଶତ୍ରୁ ଏବଂ କେହି ମିତ୍ର ନୁହନ୍ତି, ସ୍ବାର୍ଥ ସର୍ବାଗ୍ରେ। କଂଗ୍ରେସ ଏବଂ ଶିବସେନାକୁ ଏଭଳି ଶିକ୍ଷା ଦେଇଛି ଏନସିପି। କଂଗ୍ରେସ ଏବଂ ଶିବସେନା ରାଜନୀତିରେ ଅନେକ ଦିନର ପୁରୁଣା ଦଳ। କିନ୍ତୁ ରାଜନୀତି କ୍ଷେତ୍ରରେ ଏମାନେ ଏବେ ବି ଅପରିପକ୍ବ ବୋଲି ଏନସିପିର ଗୋଟିଚାଳନାରୁ ମନେ ହେଉଛି। ମହାରାଷ୍ଟ୍ର ରାଜନୀତିରେ ଶନିବାର ଦେଖାଦେଇଥିବା ନାଟକୀୟ ମୋଡ଼ ଉଭୟ କଂଗ୍ରେସ ଏବଂ ଶିବସେନାକୁ ଆଶ୍ଚର୍ଯ୍ୟଚକିତ କରିଛି। ଏନସିପିର ପଦକ୍ଷେପ ଦୁଇ ଦଳକୁ ବଡ଼ ଝଟ୍‌କା ଦେଇଛି। ୩ ସପ୍ତାହ ଧରି ମେଣ୍ଟ ସରକାର ଗଠନ ନେଇ କଂଗ୍ରେସ-ଏନସିପି ଏବଂ ଶିବସେନା ମଧ୍ୟରେ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟକୁ ଆସିଯାଇଥିବାବେଳେ ରାତାରାତି ଏନସିପି ଓହରି ଯାଇ ବିଜେପିକୁ ସମର୍ଥନ ଦେବା ସହିତ ରାଜ୍ୟରେ ସରକାର ଗଠନରେ ପ୍ରମୁଖ ଭୂମିକା ନେଇଛି। ଏନସିପିର ଏଭଳି ପଦକ୍ଷେପ କଂଗ୍ରେସ ଏବଂ ଶିବସେନାକୁ ବୁଦ୍ଧି ଶିଖାଇ ଦେଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏହା ହେଉଛି ପ୍ରକୃତ ‘ରାଜନୀତି’ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଗତ ଅକ୍ଟୋବର ୨୪ରେ ମହାରାଷ୍ଟ୍ରରେ ନିର୍ବାଚନୀ ଫଳ ପ୍ରକାଶ ପାଇଥିଲା। ବିଜେପି ୧୦୫ ଆସନରେ ଜିତିଥିବାବେଳେ ଏହାର ପୁରୁଣା ସହଯୋଗୀ ଶିବସେନା ୫୬ ଆସନରେ ବିଜୟୀ ହୋଇଥିଲା। ଅନ୍ୟପଟେ ଏନସିପି ୫୪ ଏବଂ କଂଗ୍ରେସ ୪୪ ଆସନରେ ବିଜୟୀ ହୋଇଥିଲେ। ଏହି ଦୁଇଦଳ ମଧ୍ୟ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ। ତେବେ ବିଜେପି-ଶିବସେନା ମେଣ୍ଟ କରି ନିର୍ବାଚନ ଲଢ଼ିଥିବାରୁ ଏହି ଦୁଇଦଳ ରାଜ୍ୟରେ ସରକାର ଗଠଡ଼ କରିବେ ବୋଲି ଆଶା ଥିଲା। କିନ୍ତୁ ଶିବସେନାର ଦାବି ୫୦-୫୦ ଫର୍ମୁଲା ପୂରଣ ନ ହେବାରୁ ଦଳ ବିଜେପି ହାତ ଛାଡ଼ି କଂଗ୍ରେସ-ଏନସିପି ମେଣ୍ଟ ସହିତ ମିଶି ସରକାର ଗଢ଼ିବାକୁ ଯୋଜନା କଲା। ଏଥିପାଇଁ ଏନସିପିଠାରୁ ଗ୍ରୀନ୍‌ ସିଗ୍‌ନାଲ ପାଇବା ପରେ ଶିବସେନା ଆଗକୁ ବଢ଼ିଥିଲା। ଏପରି କି ଏନସିପିର ସର୍ତ୍ତ ଅନୁସାରେ ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଦଳ ରାଜ୍ୟରେ ସରକାର ଗଠନ କରି ନ ପାରିବାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ଏହା ମଧ୍ୟରେ ଶିବସେନା କଂଗ୍ରେସ-ଏନସିପି ସହିତ ଆଲୋଚନା ଜାରି ରଖିବା ସହିତ ରାଜ୍ୟରେ ସିଏମପି(ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ) ଆଧାରରେ ସରକାର ଗଠନ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ସଂସଦର ଶୀତକାଳୀନ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଉଦବୋଧନରେ ଏନସିପିକୁ ପ୍ରଶଂସା କରିବା ଏବଂ ପରେ ଏନସିପି ମୁଖ୍ୟ ଶରଦ ପୱାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରଠାରୁ କୌଣସି ଗୋଳମାଳିଆ ସ୍ଥିତି ଉପୁଜିବା ନେଇ ଆଶଙ୍କା ପ୍ରକାଶ କରାଯାଉଥିଲା। ଶେଷରେ ତାହା ହିଁ ହୋଇଛି। ଗୋଟିଏ ପଟେ ନିଜର ସ୍ବାର୍ଥ ପାଇଁ ଶିବସେନା ବିଜେପି ହାତ ଛାଡ଼ିଥିବା ବେଳେ ଆଜି ଏନସିପି ମଧ୍ୟ ନିଜ ସ୍ବାର୍ଥ ଲାଗି କଂଗ୍ରେସ ଓ ଶିବସେନାକୁ ଛାଡ଼ି ବିଜେପି ସହିତ ମିଶିଯାଇଛି ବୋଲି ରାଜନୀତିଜ୍ଞମାନେ ମତ ଦେଉଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories