www.samajalive.in
Tuesday, December 9, 2025
15.1 C
Bhubaneswar

ମୁମ୍ବଇ କ୍ରୁଜ ନିଶାସେବନ ମାମଲା: ଜଣେ ନିଶାଦ୍ରବ୍ୟ ଚାଲାଣକାରୀ ଅଟକ

ମୁମ୍ବଇ: ମୁମ୍ବଇ କର୍ଡେଲିଆ କ୍ରୁଜରେ ଚାଲିଥିବା ଆସରେ ମାରାତ୍ମକ ନିଶାଦ୍ରବ୍ୟ ସେବନ ମାମଲାରେ ନିଶାଦ୍ରବ୍ୟ କାରବାର ନିୟନ୍ତ୍ରଣ ବ୍ୟୁରୋ (ଏନସିବି) ଅଧିକାରୀମାନେ ଗୁରୁବାର ରାତିରେ ଜଣେ ୨୪ ବର୍ଷ ବୟସ୍କ ନିଶାଦ୍ରବ୍ୟ ଚୋରା ଚାଲାଣକାରୀକୁ ଅଟକ ରଖିଛନ୍ତି । ତାଙ୍କ ନାମ ଏହି ମାମଲାରେ ମୁଖ୍ୟ ସନ୍ଦିଗ୍ଧ ଭାବରେ ରହିଛି । ନିଶାଦ୍ରବ୍ୟ କାରବାର ଓ ସେବନ ସମ୍ପର୍କିତ ଚାଟ୍‍ ରୁ ତାଙ୍କ ନାମ ପଦାକୁ ଆସିବା ପରେ ଏନସିବି ତାଙ୍କୁ ଅଟକ ରଖିଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ ଏହି ମାମଲାରେ ବଲିଉଡ ସୁରପଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆର‌୍ୟନ ଖାଁ ଏବଂ ଅନ୍ୟମାନେ ଗିରଫ ହୋଇ ସଂପ୍ରତି ଆର୍ଥର ରୋଡ କାରାଗାରରେ ଅଟକ ରହିଛନ୍ତି । ଆର‌୍ୟନଙ୍କ ସମେତ ଅନ୍ୟ ଦୁଇଜଣଙ୍କର ଜାମିନ ଆବେଦନକୁ ଗତ ବୁଧବାର ଦିନ ଅଦାଲତ ଖାରଜ କରିଦେଇଛନ୍ତି । ଏହାଫଳରେ ସେମାନେ ଚଳିତ ଅକ୍ଟୋବର ଶେଷ ପର୍ଯ୍ୟନ୍ତ କାରାଗାରରେ ରହିବା ନିଶ୍ଚିତ ହୋଇଛି । ଇତିମଧ୍ୟରେ ଶାହରୁଖ ଖାଁ ଗୁରୁବାର କାରଗାରକୁ ଯାଇ ପୁଅକୁ ଭେଟିଛନ୍ତି । ନିଶା ସେବନ କରୁଥିବା ବ୍ୟକ୍ତିଙ୍କ ସହିତ ନିଶାଦ୍ରବ୍ୟ ଚାଲାଣ ଓ ବିକ୍ରି କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବହୁ ବୁଦ୍ଧିଜୀବୀ ଦାବି କରୁଥିବା ପରିପ୍ରେକ୍ଷୀରେ ଏହି ଯୁବକ ଧରାପଡିବା ଏନସିବି ପାଇଁ ଏକ ବଡ ସଫଳତା ବୋଲି କୁହାଯାଉଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories