www.samajalive.in
Sunday, December 7, 2025
14.1 C
Bhubaneswar

ନୟାଗଡ଼ରୁ ନକଲି ଟଙ୍କା ଛପା କାରଖାନା ଠାବ

ନୟାଗଡ଼: ନୟାଗଡ଼ରୁ ନକଲି ଟଙ୍କା ଛପା କାରଖାନା ଠାବ କରାଯାଇଛି। ନକଲି ଟଙ୍କା ତିଆରି କରୁଥିବା ବ୍ୟକତି ନୟାଗଡ଼ର ଏକ ଶୋ’ ରୁମ୍‌ରେ ୧ଲକ୍ଷ ୨୫ହଜାର ଟଙ୍କାର ନୋଟ୍‌ ବିଡ଼ା ଦେଇଥିଲେ। ୧ଲକ୍ଷ ୨୫ହଜାର ଟଙ୍କାର ନୋଟ୍‌ ବିଡ଼ା ଦେଖି ସନ୍ଦେହ ହେବାରୁ ଶୋ’ ରୁମ୍‌ ମାଲିକ ପୁଲିସକୁ ଖବର ଦେଇଥିଲେ । ଟଙ୍କା ବିଡ଼ା ସବୁ ନକଲି ଜଣାପଡ଼ିବାରୁ ୨ଜଣଙ୍କୁ ପୁଲିସ ଥାନାକୁ ନେଇଥିଲା। ଦୁଇ ଜଣଙ୍କ ମଧ୍ୟରୁ ଜଣେ ନକଲି ଟଙ୍କା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ନକଲି ଟଙ୍କା ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କ ନାମ ଦିବ୍ୟ ରଞ୍ଜନ ହୋତା। ୬ବର୍ଷ ହେଲା ନୟାଗଡ଼ରେ ଘରଭଡ଼ା ନେଇ ନକଲି ଟଙ୍କା ତିଆରି କରୁଥିଲେ। ଭଡ଼ାଘରୁ ଲ୍ୟାପ୍‌ଟପ୍‌, କମ୍ପ୍ୟୁଟର ଓ ପ୍ରିଣ୍ଟର ଜବତ ହୋଇଛି ବୋଲି ପୁଲିସ ସୂଚନା ଦେଇଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories