ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଅଞ୍ଚଳରେ କିଛିଦିନର ନିରବତା ପରେ ପୁଣି ମାଓବାଦୀ ପୁଲିସ ବିରୋଧି ପୋଷ୍ଟର ଲଗେଇ ନିଜର ସ୍ତିତି ଜାହିର କରିଛନ୍ତି। ଏହି ମାଓ ପୋଷ୍ଟର ଲାଗିବା ପରେ ଅଞ୍ଚଳରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଗତ କଛିଦିନ ତଳେ ଜିଲ୍ଲାର ସିର୍ଲା ଜଙ୍ଗଲରେ ପୁଲିସର କୁମ୍ବିଂ ଅପରେସନ ବେଳେ ସାତ ଜଣ ମାଓ କ୍ୟାଡରଙ୍କ ମୃତ୍ୟୁ ପରେ ରକ୍ତମୁଖା ହୋଇପଡିଛନ୍ତି ମାଓବାଦୀ। ପ୍ରତିଶୋଧ ପରାୟଣ ହୋଇଉଠିଥିବା ମାଓବାଦୀ ରବିବାର ଜିଲ୍ଲାର କ ନୁଅାଁଗାଁ ଏବଂ ଡାରିଙ୍ଗବାଡିରେ ମାଓ ପୋଷ୍ଟର ଦେଖିବାକୁ ମିଳିଥିବାବେଳେ ସୋମବାର ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା କଟ୍ରିଙ୍ଗିଆ ଛକ ସହ ଅନ୍ୟାନ୍ୟ ଜାଗାରେ ଏହି ମାଓ ପୋଷ୍ଟର ଦେଖିବାକୁ ମିଳିଛି। ତେବେ ଆସନ୍ତା ୧୮ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିବା ପୋଷ୍ଟରରେ ଉଲ୍ଲେଖ ଥିବାବେଳେ ସିପିଆଇ ମାଓବାଦୀ ପାର୍ଟିର କେକେବିଏନ ଡିଭିଜନ ଲେଖାଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ମାଓ ପୋଷ୍ଟର ଜରିଆରେ ଏହି ବନ୍ଦ ପାଳନକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।
Popular Categories



