ନୂଆଦିଲ୍ଲୀ : ହିନ୍ଦୀ ଚଳଚ୍ଚିତ୍ର ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ନୱାଜୁଦ୍ଦିନି ସିଦ୍ଦିକି ଚାଷ କରିବାକୁ ବେଶ୍ ଭଲପାଆନ୍ତି। ଉତ୍ତରପ୍ରଦେଶର ବୁଢାନାରେ ଜନ୍ମ ଗ୍ରହଣ କରିଥିବା ଏହି ଅଭିନେତା ଯେତେବେଳେ ବି ନିଜ ଗ୍ର୍ରାମକୁ ଯାଆନ୍ତି ସାଧାରଣ ଲୋକଙ୍କ ଭଳି ସେ ବିଲରେ ହଳ କରିଥାନ୍ତି। ସେ ଏବେ କଶାରାରେ କିଛି ଜମି କିଣି ସେଥିରେ ଚାଷ କରିବେ ବୋଲି ନୱାଜୁଦ୍ଦିନିଙ୍କ ଭାଇ ଶମସ ସିଦ୍ଦିକି କହିଛନ୍ତି। ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ବ୍ୟବସାୟିକ ଭିତ୍ତିରେ ଚାଷ କରିବା କଥା ସେ କହିଛନ୍ତି।
Popular Categories



